ଆଗରପଡ଼ା: ବନ୍ତ ବ୍ଲକ ଓଡଙ୍ଗ ପଂଚାୟତ ସରମରା ଗ୍ରାମରେ ଗତ ଶନିବାର ବିଳମ୍ବିତ ରାତ୍ରିରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ବିପନ୍ନ ପରିବାରକୁ ସ୍ଥାନୀୟ ବିଧାୟକ ସଞ୍ଜୀବ ମଲ୍ଲିକ ଭେଟି ସମବେଦନା ଜଣାଇବା ସହ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ଦାବି କରିଥିଲେ । ବିପନ୍ନ ପରିବାରକୁ ଘରୋଇ ଆସବାବପତ୍ର ସହ ଆର୍ôଥକ ସହାୟତା ସେ ଯୋଗାଇ ଦେଇଥିଲେ । ଏଥିରେ ସ୍ଥାନୀୟ ସରପଂଚ ଲକ୍ଷ୍ମୀପ୍ରିୟା ଦାସ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ଯୁବ ସମାଜସେବୀ ଚିନ୍ମୟ ଦାସ, ସତ୍ୟସାଧନ ବେଜ, ପ୍ରାକ୍ତନ ସରପଂଚ ଧନେଶ୍ୱର ପଢ଼ିହାରୀ, ପ୍ରାକ୍ତନ ସମିତିସଭ୍ୟ ଶଶିକାନ୍ତ ଜେନା, ଦିଲ୍ଲୀପ ମହାପାତ୍ର, ସନାତନ ପାତ୍ର, ପ୍ରଦୀପ ସାହୁ, ମାଧବାନନ୍ଦ ସାହୁ, ମାର୍କଣ୍ଡ ବିଶ୍ୱାଳ, ଅଶୋକ ଖିଲାର, ଈଶ୍ୱର ଗିରି, ରାଜକିଶୋର ରାଉତ ଏବଂ ଶ୍ୟାମସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

