Srimandira

ଶ୍ରୀଜଗନ୍ନାଥଙ୍କ ନାଁ, ନୀତିକାନ୍ତି ସହ ଜଡ଼ିତ ଶବ୍ଦର ପାଟେଣ୍ଟ ହେବ

ରାଜ୍ୟ

ପୁରୀ: ଦୀଘା ମନ୍ଦିରକୁ ‘ଜଗନ୍ନାଥ ଧାମ’ ନାମକରଣ କରିବା ବିବାଦ ଥମିବାର ନାମ ନେଉନି। ଏହା ମଧ୍ୟରେ ଶ୍ରୀମନ୍ଦିର, ଜଗନ୍ନାଥ ଧାମ, ମହାପ୍ରସାଦ ଆଦି ଶବ୍ଦର ପାଟେଣ୍ଟ ଆବେଦନ ପ୍ରସ୍ତାବକୁ ବୈଠକରେ ଅନୁମୋଦନ ମିଳିଛି।

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ସୋମବାର କହିଛନ୍ତି ଯେ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନାଁ ଓ ନୀତିକାନ୍ତି ସହ ଜଡ଼ିତ ଶବ୍ଦର ପାଟେଣ୍ଟ ହେବ।

ଆଗାମୀ ରଥଯାତ୍ରା ପାଇଁ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବେଳେ ଗଣମାଧ୍ୟମ ସହ ଆଲୋଚନା କରି ଏସଜେଟିଏ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଯେ ସେମାନେ ମହାପ୍ରସାଦ, ଶ୍ରୀମନ୍ଦିର, ଶ୍ରୀଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର ଏବଂ ପୁରୁଷୋତ୍ତମ ଧାମ ଭଳି ପାଟେଣ୍ଟ ଶବ୍ଦ ପାଇଁ ଆବେଦନ କରିବେ।

ମୁଖ୍ୟ ପ୍ରଶାସକ ଗୁରୁତ୍ୱାରୋପ କରି କହିଛନ୍ତି ଯେ ମନ୍ଦିର ସହିତ ଜଡିତ ଶବ୍ଦାବଳୀକୁ ନେଇ ‘ପାଟେଣ୍ଟ’ କରିବା ହେଉଛି ଏକ ଆଇନଗତ ବ୍ୟବସ୍ଥା। ଏହି ପଦକ୍ଷେପ ମନ୍ଦିରର ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଏହାର ପବିତ୍ର ଶବ୍ଦାବଳୀର ଅନଧିକୃତ ବ୍ୟବହାର ଉପରେ ରୋକ ଲଗାଯାଇପାରିବ।

Shrutilipi ad