ବାରିପଦା: କୁସୁମୀ ବ୍ଲକରେ ଜିଲ୍ଲା ଦିବ୍ୟାଙ୍ଗ ମହାସଂଘ ସଭାପତି ଅରୁଣ କୁମାର ବେହେରାଙ୍କ ନେତୃତ୍ବରେ ଶତାଧିକ ଦିବ୍ୟାଙ୍ଗ ଓ ଭତ୍ତାଧାରୀ ବୃଦ୍ଧା ଏକ ବିଶାଳ ରାଲି କରି ବ୍ଲକ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଥିଲେ ଦିବା ୧୦ ଘଟିକାରୁ ଦିନ ୧୨:୩୦ ଘଟିକା ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟରେ ଧାରଣାରେ ବସିବା ସହିତ ସରକାରଙ୍କ ପାତର ଅନ୍ତର ନୀତି ପାଇଁ ସରକାରଙ୍କ ବିରୁଦ୍ଧରେ ଗର୍ଜିଥିଲେ ଶତାଧିକ ଆଦିବାସୀ ବୃଦ୍ଧା, ଦିବ୍ୟାଙ୍ଗ ଭତ୍ତାଧାରୀ ।ଏବେର ସରକାର ସରକାରକୁ ଆସିବା ଆଗରୁ ନିର୍ବାଚନୀ ଇସ୍ତାହାରରେ କହିଥିଲେ ସରକାରକୁ ଆସିଲେ ସମସ୍ତ ହିତାଧିକାରୀଙ୍କୁ ୩୦୦୦ ଟଙ୍କା ପ୍ରଦାନ କରିବେ ବୋଲି,ସେତେବେଳେ କୌଣସି ସର୍ତ୍ତ ରଖିନଥିଲେ ଯେ ୮୦%ଦିବ୍ୟାଙ୍ଗ ଓ ୮୦ ବର୍ଷ ବୟସ୍କ ବୃଦ୍ଧାଙ୍କୁ ୩୫୦୦ ଭତ୍ତା ପ୍ରଦାନ କରାଯିବ ବୋଲି,ସରକାରଙ୍କ ଏପରି ନିଷ୍ପତ୍ତି ପାଇଁ ରାଜ୍ୟରେ ୮% ଲୋକ ଉପକୃତ ହେଉଥିବା ବେଳେ ବାକି ୯୨% ଭତ୍ତାଧାରୀ ପ୍ରତାରଣାର ଶିକାର ହେଉଛନ୍ତି । ଏବେ ମିଳୁଥିବା ୧୦୦୦ ଟଙ୍କା ଭତ୍ତା ରାଶି ସରକାରଙ୍କୁ ଫେରେଇ ନେବା ପାଇଁ ଦାବି କରିବା ସହିତ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ୩୦୦୦ ଟଙ୍କା ଲେଖାଏଁ ଭତ୍ତା ରାଶି ପ୍ରଦାନ କରାଇବା ଦାବିରେ ନାରା ବାଜି କରିଥିଲେ, କିନ୍ତୁ ଦୁଃଖର ବିଷୟ ସରକାର ଯେଉଁ ୮୦%ରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗ ଓ ୮୦ ବୟସରୁ ଉର୍ଦ୍ଧ୍ବ ବୃଦ୍ଧା ମାନଙ୍କୁ ଯେଉଁ ୩୫୦୦ ଟଙ୍କା ପ୍ରଦାନ ଆରମ୍ଭ କରିଛନ୍ତି ସେଥିରେ ମୟୂରଭଞ୍ଜ ଜିଲ୍ଲାରୁ ମାତ୍ର ୨୯୧୮୮ ଭତ୍ତାଧାରୀ ୩୫୦୦ ଟଙ୍କା ପାଇବା ପାଇଁ ଯୋଗ୍ୟ ଜିଲ୍ଲାରେ ଭତ୍ତା ପାଉଥିବା ହିତାଧିକାରୀ ୩୫୭୪୪୯ ଥିବା ବେଳେ ୨୯୧୮୮ ଜଣ ୩୫୦୦ ଟଙ୍କା ପାଉଥିବା ବେଳେ ବାକି ୩୨୮୨୬୧ ଲୋକ ପାଉଛନ୍ତି ୧୦୦୦/୧୨୦୦ ପୁଣି ନୂତନ ଆବେଦନ କାରୀ ମାନଙ୍କୁ ନୂତନ ଭତ୍ତା ପ୍ରଦାନ କରିବାରେ ମଧ୍ୟ ବିଫଳ ହୋଇଛନ୍ତି ପ୍ରଶାସନ ଅଧିକାରୀ ,କରିବେତ କରିବେ କୋଣ ଉପରୁ ଯାହା ଯେମିତି ଆସିବ ସେମାନେ ସେମିତି କରିବାକୁ ବାଧ୍ୟ । ସରକାର ଏବେ ଭତ୍ତା ପାଉଥିବା ଲୋକଙ୍କୁ ପ୍ରତାରଣା ଉପରେ ପ୍ରତାରଣା ଦେଇ ଚାଲିଛନ୍ତି |
ଏପଟେ ସଂଘ ମଧ୍ୟ ଚୁପ ବସିନି ପଞ୍ଚାୟତ ସ୍ତରରେ ଆନ୍ଦୋଳନ ଜୋରଦାର ଜାରିରଖିଥିବା ବେଳେ ଆଜି କୁସୁମୀ ବ୍ଲକ ସ୍ତରରେ ସଂଘର ସଭାପତି ଅରୁଣ କୁମାର ବେହେରା ଆନ୍ଦୋଳନ ଆରମ୍ଭ କରିଛନ୍ତି, କହିବା ଅନୁସାରେ ନିର୍ବାଚନ ଇସ୍ତାହାଇରେ ବିଜେପି ସରକାର ସରକାର ଗଢିବା ମାତ୍ରେ ସମସ୍ତ ଭତ୍ତାଧାରୀଙ୍କୁ ତୁରନ୍ତ ୩୦୦୦ ଟଙ୍କା ଭତ୍ତା ଟଙ୍କା ପ୍ରଦାନ କରିବ,କିନ୍ତୁ ସରକାର ଗଢିବାର ଏକ ବର୍ଷ ହେବାକୁ ଗଲାଣି କିନ୍ତୁ ଲୋକଙ୍କୁ ଏପର୍ଯ୍ୟନ୍ତ ୩୦୦୦ ଟଙ୍କା ଭତ୍ତା ଟଙ୍କା ପ୍ରଦାନ ନକରି କେବଳ ୮୦% ଦିବ୍ୟାଙ୍ଗ ଓ ୮୦ ବୟସ ବୃଦ୍ଧା ଙ୍କୁ ୩୫୦୦ ଟଙ୍କା ଭତ୍ତା ପ୍ରଦାନ କରିବାର ନିଷ୍ପତ୍ତିକୁ ବିରୋଧ କରିବା ସହିତ ସମସ୍ତ ଭତ୍ତାଧାରୀ ଲୋକଙ୍କୁ ୩୦୦୦ ଟଙ୍କା ଭତ୍ତା ଟଙ୍କା ପ୍ରଦାନ ନକରିବା ପର୍ଯ୍ୟନ୍ତ ଆମେ ଚୁପ ବସିବୁନି କି ସରକାରଙ୍କୁ ଶାନ୍ତିରେ ବସିବାକୁ ଦେବୁନି । କାରଣ ଆମେ ମାଗିନଥିଲୁ ତୁମେ ଦେବ ବୋଲି ପ୍ରତିଶ୍ରୁତି ଦେଇ ଭୋଟ ନେଇ ସରକାର କରିଥିଲ କହି ସରକାରଙ୍କ ବିରଧରେ ସ୍ୱର ଉତ୍ତୋଳନ କରିଥିଲେ |
ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବା ସହିତ ସରକାର କିପରି ସମସ୍ତଙ୍କୁ ୩୦୦୦ ଟଙ୍କା ପ୍ରଦାନ କରିବେ ସେଥିପାଇଁ ପ୍ରୟାସ ଜାରି ରହିବ ବୋଲି ଅରୁଣ ବେହେରା କହିଛନ୍ତି,ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର କୁସୁମୀ ଗୋଷ୍ଟିଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା,ଏଥିରେ ଖେଲାରାମ ହେମ୍ବ୍ରମ୍, ବିରେନ୍ଦ୍ର ନାଥ ମହାନ୍ତ,ରଘୁବର ଦାସ,ଅଜୟ କୁମାର ବେହେରା,ଚୁନୁରାମ ମାଝୀ, ଶତ୍ରୁଘନ ମହାକୁଡ଼, ଶରତ କୁମାର ବାରିକ,ରଘୁନାଥ ସରେନ,ସୁମିତ ଟୁଡୁ,ଲେଧ୍ରା ମାଝୀ, ଶକୁନ୍ତଳା ନାୟକ,ସାବିତ୍ରୀ ସିଂ,ସମାଜସେବୀ ତପସ୍ୱିନୀ ରଣା ପ୍ରମୁଖ ଉପସ୍ଥିତ ଥିଲେ |

