Wrer

ଅବସରପ୍ରାପ୍ତ କାନାରା ବ୍ୟାଙ୍କ କର୍ମଚାରୀ ହରିହର ସିଂହଙ୍କ ଦେହାନ୍ତ

ରାଜ୍ୟ

ବାରିପଦା : ଶାମାଖୁଂଟା ବ୍ଲକ ଅନ୍ତର୍ଗତ ଶାଳବଣୀ ମୌଜାର ଅବସରପ୍ରାପ୍ତ କାନାରା ବ୍ୟାଙ୍କ କର୍ମଚାରୀ ହରିହର ସିଂହ (୭୫) ପିଆରଏମ ୍ ମେଡିକାଲ କଲେଜ ଓ ହସ ୍‌ପିଟାଲରେ ଆଜି ଭୋର ୪ ଘଟିକାରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ଧରି ପକ୍ଷାଘାତ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କର ସହଧର୍ମିଣୀ ଆନନ୍ଦ ମଣୀ ସିଂ, ଝିଅ ଗାୟତ୍ରି ସିଂ , ହିମପ୍ରଭା ସିଂ ,ବିଦ୍ୟୁତ ପ୍ରଭା ସିଂ , ଜ୍ୱାଇଁ ମଦନ ମୋହନ ସିଂ ଉପସ୍ଥିତ ଥିଲେ । ସ୍ୱର୍ଗତଃ ଶ୍ରୀ ସିଂହ କାନାରା ବ୍ୟାଙ୍କର ଜଣେ ଦକ୍ଷ କର୍ମ ଚାରୀ ଭାବେ କାର୍ଯ୍ୟ କରି ୨୦୧୫ ମସିହାରେ ଅବସର ଗ୍ରହଣ କରିଥିଲେ ଓ ଭାରତ ମୁଣ୍ଡା ସମାଜର ଜଣେ ସକ୍ରିୟ କର୍ମୀ ଭାବେ ସାମାଜିକ କାର୍ଯ୍ୟରେ ନିଜକୁ ଉତ୍ସଗ ର୍ କରିଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ତାଙ୍କର ତୁଳସୀ ଚଉରାସ୍ଥିତ ବାସଭବନରେ ଭାରତ ମୁଣ୍ଡାସମାଜର ରାଷ୍ଟ୍ରିିୟ ସାଧାରଣ ସମ୍ପାଦକ ନାଥ ସିଂ , ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ସିଂ ଉପଦେଷ୍ଟା ମୋନଜ କୁମାର ମୁଣ୍ଡା. ସମ୍ପାଦକ ଜୟରାମ ସିଂ, ନନ୍ଦଲାଲ ସିଂ, ଗୌରମୋହନ ସିଂ , କାନାରା ବ୍ୟାଙ୍କର ଅବସରପ୍ରାପ୍ତ ଡି.ଜି.ଏ.ମ ୍ ସୀତାରାମ ସିଂ, ଅଫିସର ଜୟପାଲ ସିଂ, ଏସ ୍ ବିଆଇ ଅଫିସର ବଳରାମ ସିଂ, ଅବସର ପ୍ରାପ୍ତ ବିଡିଓ ସୁଧିର ଚନ୍ଦ୍ର ସିଂ, ପ୍ରଧାନ ଶିକ୍ଷକ ଗୌରଚନ୍ଦ୍ର ସିଂ, ଜେନା ପ୍ରସାଦ ସିଂ, ରାଜେନ୍ଦ୍ର ନାଥ ସିଂ, ମନୋରଞ୍ଜନ ସିଂ ପ୍ରଭୃତି ଅନ୍ତିମ ଦର୍ଶନ ଓ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ଓ ତାଙ୍କର ଅମର ଆତ୍ମାର ସଦ ୍ ଗତି ପାଇଁ ଏକ ମିନିଟ ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ତାଙ୍କର ମରଶରୀର କୁ ନିଜ ଗ୍ରାମ ଶାଳବଣୀକୁ ନେଇ ଅନ୍ତିମ ସଂସ୍କାର କରାଯାଇଥିଲା ତାଙ୍କର ପୁତ୍ର ଗୌରବ ନିରାଲ ସିଂ ମୁଖାଗ୍ନି ଦେଇଥିଲେ ।

Shrutilipi ad