ଆଗରପଡ଼ା :ବନ୍ତ ବ୍ଲକ ଟିଲୋ ପଂଚାୟତ ମଧୁପୁର,ରାଜସାହି ଠାରୁ କୋଠଢିଅ ପର୍ଯ୍ୟନ୍ତ ନିର୍ମାଣାଧୀନ କଂକ୍ରିଟ ରାସ୍ତା ନିମ୍ନମାନର ହେଉଥିବାର ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି । ସୂଚନାଯୋଗ୍ୟ ,ଏହି କଂକ୍ରିଟ ରାସ୍ତା ନିର୍ମାଣରେ ଆବଶ୍ୟକୀୟ ସିମେଣ୍ଟ ବ୍ୟବହାର ହେଉ ନାହିଁ କି ଥିକନେସ ଠିକ ରହୁନି । ଉକ୍ତ ନିର୍ମାଣ କାର୍ଯ୍ୟରେ କୌଣସି ସୂଚନା ଫଳକ ଲାଗି ନ ଥିବାର ମଧ୍ୟ ଦେଖିବାକୁ ମିଳିଛି । ନିର୍ମାଣ କାର୍ଯ୍ୟ ସମୟରେ ଯନ୍ତ୍ରୀ ଉପସ୍ଥିତ ରହୁ ନାହାଁନ୍ତି । ଏହିପରି ନାନାଦି ଅଭିଯୋଗମାନ ଶୁଣିବାକୁ ମିଳୁଛି । ସ୍ଥାନୀୟ ଲୋକେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଫୋନ୍ କଲ୍ କରିବା ସତ୍ତ୍ୱେ ମଧ୍ୟ ସେ କୌଣସି ଉତ୍ତର ଦେଉ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି ।ଏହି ରାସ୍ତାର ସ୍ଥାୟୀତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କତ୍ତ୍ୱର୍ପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

