ବାରିପଦା- ଦିନକୁ ଦିନ ଯୁବ ମହଲରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି । ଯାହାକୁ ନେଇ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ଚିନ୍ତିତ । ମାନସିକ ବିକାରଗ୍ରସ୍ତ,ଅଭାବ ,ଅନାଟନ, ନିଯୁକ୍ତି, ହାତକୁ କାମ ନାହିଁ,ଏକଲା ପଣ ,ଏକ ତରଫା ପ୍ରେମ ନେଇ ମୁଁ ମହଲରେ ଆତ୍ମହତ୍ୟା ବୃଦ୍ଧି ପାଉଛି ।
ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଭେଣ୍ଡିଆ ଗ୍ରାମ୍ୟ ଖେଳ ପଡିଆ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଥିବା ନିମ୍ବ ଗଛରେ ଏକ ଯୁବକ ଝୁଲୁଥିବା ଦେଖି ଗ୍ରାମବାସୀ ପୋଲିସକୁ ଜଣାଇଥିଲେ । ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତ ଯୁବକକୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୫/୨୫ ରୁଜୁ କରି ତଦନ୍ତ କରୁଛି ।ମୃତ ଯୁବକଙ୍କ ଗୋରୁମହିଷାଣୀ ଥାନା ଅନ୍ତର୍ଗତ କାଳିମାଟି ଗ୍ରାମର ରାମଜିତ ହେମ୍ବ୍ରମ ଙ୍କ ପୁଅ ଦୁଃଖୀ ହେମ୍ବ୍ରମ (୨୧) । ସେ କିଛି ବର୍ଷ ହେଲା ନିଜ ଭଉଣୀ ଘରେ ରହି ଆସି ନିକଟସ୍ଥ ଓ୍ବେଲଡିଂ କାମ କରୁଥିଲେ । ପୋଲିସ ତଦନ୍ତ ଜାରି ରଖିଛି ।

