ବାରିପଦା : ଆଜିର ଯୁବ ପୀଢ଼ି ରିଲ, ୱେବ ସିରିଜ, ଟି ଭି ଓ ସିନେମାରେ ଅଭିନୟ କରି ଅଳ୍ପ ସମୟ ମଧ୍ୟରେ ଲୋକପ୍ରିୟତା ଓ ଟଙ୍କା ଉପାର୍ଜନ କରିବା ପାଇଁ ବ୍ୟତିବ୍ୟସ୍ତ I ମାତ୍ର ଏହା ସତ୍ୟ ଯେ ଥିଏଟରକୁ ଅଭିନୟର ଏନ୍ତୁଡ଼ିଶାଳ ବୋଲି କୁହାଯାଏ I ବିଗତ କିଛି ମାସ ମଧ୍ୟରେ ବାରିପଦାର ସହିଦ ଭବନରେ ଅନେକ ନାଟକ ମଞ୍ଚସ୍ଥ ହୋଇଯାଇଛି I ତନ୍ମଧ୍ୟରୁ ସମ୍ଭାବନା ସାଂସ୍କୃତିକ ପରିଷଦ ପ୍ରଯୋଜିତ ନାଟକ ପାଞ୍ଚାଳୀ ମଧ୍ୟ ମଞ୍ଚସ୍ଥ ହୋଇଥିଲା I ଏହି ନାଟକରେ ବହୁ ନୂଆ ଅଭିନେତା /ଅଭିନେତ୍ରୀ ଅଭିନୟ କରିଥିଲେ I ସେମାନଙ୍କୁ ଉତ୍ସାହିତ କରିବା ସହ ନାଟକ ସହ ଜଡିତ ସମସ୍ତଙ୍କୁ ସଂସ୍ଥା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା I ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଷ୍ଠିତ ନାଟ୍ୟକାର ଅଭିନେତା ଓ ନିର୍ଦ୍ଦେଶକ ଡଃ କୁମରମଣି ନାୟକ ଯୁବ ପୀଢ଼ି ନାଟକ ପ୍ରତି ଆକୃଷ୍ଟ ହେଉଥିବାରୁ ସେ ସନ୍ତୁଷ୍ଟି ପ୍ରକାଶ କରିଥିଲେ I ମୁଖ୍ୟ ଅତିଥିଙ୍କ ହାତରେ ନାଟ୍ୟକାର ଇନ୍ଦୁଭୂଷଣ କାନୁନଗୋ, ନିର୍ଦ୍ଦେଶକ ଅଧ୍ୟାପକ ରାଜେଶ ଦାଶଙ୍କ ସମେତ ଆଦିତି ପ୍ରଧାନ, ସ୍ରିଷ୍ଟି ସାନଭି ପାତ୍ର, ରାଜେଶେନି ଜେନା, ଜ୍ୟୋତିର୍ମୟୀ ପଲେଇ, ହିମାଂଶୁ ସାହୁ, ଶୁଭମ ପ୍ରସାଦ, କ୍ରିଷ୍ଣା ମୋହନ ଦାସ, ଚିନ୍ମୟ ସେଜପଡା, ସୁଜୟ ମହାନ୍ତି, ଧର୍ମଜିତ ମହାପାତ୍ର, ଗୁହିରାମ ଜେନା, ରଣଜିତ ସାହୁ, ଜ୍ଞାନ ପଣ୍ଡା, ଗୋକୁଳ ଚନ୍ଦ୍ର ଦାସ, ପ୍ରସନ୍ନ କୁମାର ମହାନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ସହାୟତା ପ୍ରଦାନ କରିଥିବା ଖୁସବୁ ଦାଶ, ଦର୍ଶନା ଭଞ୍ଜଦେଓ, ଦୀପଶିଖା ବିନ୍ଧାଣି, ବୈଷ୍ଣବୀ ନାଏକ, ଶର୍ମିଷ୍ଠା ପଣ୍ଡା, ଦିବ୍ୟଦର୍ଶନୀ ବିଶ୍ୱାଳ, ପ୍ରାଚୀତା ମହାନ୍ତ, ଦେବାନନ୍ଦ ପାତ୍ର ଓ ସୋମନାଥ ସିଂହ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I

