Img 20250520 wa0191

ଏଆଇଟିୟୁସି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ୧୭ ଦଫା ଦାବି ପତ୍ର ପ୍ରଦାନ

ରାଜ୍ୟ

ବାରିପଦା: ପହଲଗାମ ଆତଂକୀ ଆକ୍ରମଣରେ ପ୍ରାଣ ହରାଇଥିବା ନୀରିହ ଲୋକ ଓ ଆତଙ୍କୀର ମୂଳପୋଛ ପାଇଁ ପାକିସ୍ଥାନ ସହ ଲଢେ଼ଇକୁ ଗମ୍ଭୀର ଘଟଣା ଭାବେ ବିଚାରକରି ଆଜି ମେ ୨୦ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ଆସନ୍ତା ଜୁଲାଇ ୯ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ମାତ୍ର ଶ୍ରମିକ ଛଟେଇ, ସର୍ବନିମ୍ନ ମଜୁରୀ, ଶ୍ରମିକ, କର୍ମଚାରୀ, କୃଷକ, ସାଧାରଣ ମଣିଷମାରଣ ନୀତି ସରକାରଙ୍କର ଲାଗୁ ରହିଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କୁ ୧୭ ଦଫା ଦାବି ସମ୍ବଳିତ ଦାବିପତ୍ର କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ଵାଧୀନ ଫେଡେରେସନ, ମୟୁରଭଞ୍ଜ ପକ୍ଷରୁ ଏଆଇଟିୟୁସି ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ରଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।

ଦାବି ଗୁଡ଼ିକ ମଧ୍ୟରେ ୪ ଟି ଶ୍ରମ କୋଡ଼ ବାତିଲ କରିବା, ଏମ୍ ଏସ୍ ପି କୁ ଆଇନ୍ ଗତ ମାନ୍ୟତା, ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା, ସ୍କିମ ୱାର୍କର ଯଥା ଆଶା, ଅନ୍ଗନବାଡି, ପାଚିକା ସହାୟିକା ସମେତ ଶ୍ରମିକଙ୍କୁ ମାସିକ ୨୬ ହଜାର ଟଙ୍କା ମଜୁରୀ ଧାର୍ଯ୍ୟ କରିବା, ମାସିକ ୯ ହଜାର ଟଙ୍କା ସର୍ବନିମ୍ନ ପେନସନ ଲାଗୁ କରିବା, ରାଷ୍ଟ୍ରୀୟ ମୁଦ୍ରୀକରଣ ରଦ୍ଦ କରିବା, ଓପିଏସ୍ ଲାଗୁ କରିବା, ଠିକା ଶ୍ରମିକ ଠିକା କର୍ମଚାରୀ ପ୍ରଥା ଉଛେଦ କରି ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା କରିବା,୨୦୨୨ ଇଲେକ୍ଟ୍ରି ବିଲ୍ ଉଚ୍ଛେଦ, ୨୦୨୩ ଜଙ୍ଗଲ ସଂରକ୍ଷଣ ଆଇନ୍ ର ଉଚ୍ଛେଦ, ମନରେଗା ଯୋଜନାରେ ବର୍ଷକୁ ୨୦୦ ଦିନର କାମ ସହ ଦୈନିକ ୬୦୦ ଟଙ୍କା ମଜୁରୀ ପ୍ରଦାନ ଇତ୍ୟାଦି ଦାବି ଅନ୍ତର୍ଭୁକ୍ତ। ଦାବି ପତ୍ର ପ୍ରଦାନରେ ଆଇଏନଟିୟୁସି ର କୈଳାସ ମହାନ୍ତ, ଏଆଇଟିୟୁସି ପକ୍ଷରୁ ମଦନମୋହନ ଜେନା, କାହ୍ନୁଚରଣ ବେହେରା, ମହେଶ୍ୱର ବେହେରା, ସିଆଇଟିୟୁ ଜିଲ୍ଲା ସଭାପତି ସାଥୀ ରବି ଗୋସ୍ୱାମୀ, ଏଆଇୟୁଟିୟୁସିର ସାଥୀ ପିତାମ୍ବର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Shrutilipi ad