Bhartuhar

ସଂସଦ ରତ୍ନ ଭର୍ତ୍ତୃହରିଙ୍କୁ ଶୁଭେଚ୍ଛା

ରାଜ୍ୟ

ଆଗରପଡ଼ା :ଆଗରପଡ଼ା ବାସିନ୍ଦା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ୫ମ ଥର ପାଇଁ ମର୍ଯ୍ୟାଦାଜନକ ସଂସଦ ରତ୍ନ ସମ୍ମାନ ପାଇବାକୁ ମନୋନୀତ ହୋଇଥିବାର ଜଣାପଡ଼ିଛି । ଏହି ଖବର ପ୍ରସାରିତ ହେବା ପରେ ଆଗରପଡ଼ା ଅଞ୍ଚଚଳବାସୀମାନଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି । ହାଇକୋର୍ଟ ଆଇନଜୀବୀ ମନୋଜ ରାୟ, ସୁପ୍ରିମକୋର୍ଟ ଆଇନଜୀବୀ ଜଗତମୋହନ ସିଂହ, ସାମ୍ବାଦିକ ଅକ୍ଷୟ ସିଂହ, କଳିଙ୍ଗ କଂପ୍ୟୁଟର୍ସ ନିର୍ଦ୍ଦେଶକ ତଥା ସାମ୍ବାଦିକ ବିନୋଦ ଧଳସାମନ୍ତ, ଡାକ୍ତର ପଦ୍ମଲୋଚନ ଶତପଥୀ, ବରିଷ୍ଠ ନାଗରିକ ରାମଚନ୍ଦ୍ର ନାୟକ, ବିଜେପି ଡଃ ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ, ରାଜୀବ ଲୋଚନ ରାୟ ପ୍ରମୁଖ ଶ୍ରୀ ମହତାବଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗରପଡ଼ାର ଗର୍ବ ଓ ଗୌରବ ବୋଲି କହିଛନ୍ତି ।

Shrutilipi ad