ଆଗରପଡ଼ା :କିଛି ଗୋରୁ ସହ ଚାଲାଣକାରୀଙ୍କୁ ପୋଲିସର ଜିମା ଦେଲେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମକର୍ତ୍ତା ଏବଂ ସ୍ଥାନୀୟ ଲୋକେ । ବନ୍ତ ଥାନା ଧନିଓଝା ନିକଟରେ ଗୋଚାଲାଣକାରୀ ମାନେ ଗୋରୁ ଗୁଡ଼ିକୁ ନିକଟସ୍ଥ ଏକ ଗାଁରୁ ଆଣି ରାସ୍ତାରେ ଚାଲାଣ ଉଦ୍ଦେଶ୍ୟରେ ଚଲାଇ ଚଲାଇ ନେଇ ବନ୍ତ ଆଡ଼କୁ ଆସୁଥିବା ସମୟରେ ସ୍ଥାନୀୟ ଲୋକେ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ଗୋରୁ ଗୁଡ଼ିକୁ ଗୋଟିଏ ସ୍ଥାନରେ ରଖିବା ସହ ଚାଲାଣକାରୀଙ୍କୁ ଅଟକ ରଖି ବନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଂଚି ଗୋରୁଗୁଡ଼ିକୁ ଉଦ୍ଧାର କରିବା ସହ ଚାଲାଣକାରୀଙ୍କୁ ଥାନାରେ ଅଟକ ରଖିଥିବାର ଜଣାପଡ଼ିଛି ।

