Photo for the news of operation sindoor

ଅପରେସନ ସିନ୍ଦୂର ପରାକ୍ରମ ଶୋଭାଯାତ୍ରା

ରାଜ୍ୟ

ଆଗରପଡ଼ା :ଆତଙ୍କବାଦ ବିରୋଧରେ ଲଢ଼େଇ ‘ଅପରେସନ ସିନ୍ଦୂର’ ପରାକ୍ରମ ଶୋଭାଯାତ୍ରା ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ଜିଲ୍ଲା ସଭାପତି ଭଗବାନ ପଣ୍ଡାଙ୍କ ନିର୍ଦେଶରେ ଆଜି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ମଣ୍ଡଳ ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଭାରତର ସୁରକ୍ଷାରେ ପ୍ରତ୍ୟେକ ନାଗରିକଙ୍କର ସହଯୋଗ ରହିବା ସହ ଭାରତୀୟ ସେନାର ପରାକ୍ରମା ସମସ୍ତ ଦେଶବାସୀଙ୍କୁ ଗର୍ବିତ କରିଛି । ସେନାର ଏହି ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ବିଧାନସଭା ନେତା ଡା ସୁଧାଂଶୁ ନାୟକ ବନ୍ତ ମଣ୍ଡଳ ବିଜେପି ସଭାପତି ସନ୍ତୋଷ କୁମାର ନାୟକ ନେତୃତ୍ୱରେ ରବିବାର ଗଣିଜାଙ୍ଗ ପଂଚାୟତ ତାରିଣୀଛକ ନିକଟରୁ ବାହାରି ଶହ ଶହ ବାଇକ ତ୍ରିରଙ୍ଗା ଶୋଭାଯାତ୍ରାରେ ବନ୍ତ ବଜାର ପରିକ୍ରମା କରିବା ସହିତ ବିଜୟ ଯାତ୍ରାର ସ୍ଲୋଗାନ ପକାଇଥିଲେ । ଅନୁରୂପ ଭାବେ ଆଗରପଡ଼ା ଥାନା ଛକ ଠାରୁ ପରାକ୍ରମ ଶୋଭାଯାତ୍ରା ବାହାରି ଡାଏଟ ଛକ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇ ଦେଶପ୍ରେମର ବିଭିନ୍ନ ସ୍ଲୋଗାନ ଦେବା ସହ ହାତରେ ତ୍ରୀରଙ୍ଗା ପତାକା ଧରିଥିଲେ । ଅମୂଲ୍ୟରତ୍ନ ନନ୍ଦ, ଶିବାନନ୍ଦ ଦାଶ ଅଧିକାରୀ, ଗୋପାଳକୃଷ୍ଣ ଦାଶ, ରାଜୀବଲୋଚନ ରାୟ, ଶୁଭେନ୍ଦୁ ବେହେରା, ରମାକାନ୍ତ ନାୟକ,ଚିନ୍ମୟ ମହାପାତ୍ର, ତପନ ସିଂହ, ଅନିରୁଦ୍ଧ ସିଂହ, ମଦନମୋହନ ଦାଶ, ବସନ୍ତ ନାୟକ ପ୍ରମୁଖଙ୍କ ସମେତ ଶତାଧିକ ଲୋକ ଏଥିରେ ସାମିଲ ଥିଲେ ।

Shrutilipi ad