ଆଗରପଡ଼ା :ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଜଣେ ଥାନାଧିକାରୀଙ୍କୁ ଶିକ୍ଷକମାନେ ସମ୍ବର୍ଦ୍ଧନା ଦେବା ଘଟଣା । ଆଗରପଡ଼ା ସ୍ଥିତ ହେମପଦ୍ମ ଗାଲାକ୍ସିରେ ଶିକ୍ଷକମାନଙ୍କ ପକ୍ଷରୁ ଆୟୋଜନ ହୋଇଥିଲା ଏକ ସ୍ୱତନ୍ତ୍ର ଉତ୍ସବ । ଏଥିରେ ଆଗରପଡ଼ା ଥାନାଧିକାରୀ ଶ୍ରୀକାନ୍ତ ପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ତାଙ୍କ ସହଧର୍ମିଣୀ ଓ ପୁତ୍ର ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ । ସମ୍ବର୍ଦ୍ଧନା ଗ୍ରହଣ କରିବା ସମୟରେ ଥାନାଧିକାରୀ ଭାବବିଭୋଳ ହୋଇ ଯାଇଥିଲେ । ଗୁରୁମାନଙ୍କ ଠାରୁ ଏହି ସମ୍ବର୍ଦ୍ଧନା ଚିରଦିନ ଅବିସ୍ମରଣୀୟ ହୋଇ ରହିବ ବୋଲି କହି ଶ୍ରୀ ପତି ସମସ୍ତକୁ କୃତଜ୍ଞତା ଜଣାଇଥିଲେ । ପ୍ରାକ୍ତନ ପ୍ରାଧ୍ୟାପକ ଗୋବିନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶଶିଶେଖର କରଶର୍ମା,ବିଶିଷ୍ଟ କବି ନାରାୟଣ ଲେଙ୍କା, ବିଆରସିସି ହରେକୃଷ୍ଣ ଆପଟ ପ୍ରମୁଖ ଯୋଗଦେଇ ଶ୍ରୀ ପତିଙ୍କ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଫକୀର ଶଙ୍ଖୁଆ, ବିମଳ ଜେନା,ପଂଚାନନ ପୃଷ୍ଟି, ଜଗନ୍ନାଥ ମଲ୍ଲିକ, ପ୍ରଣୟ ସିଂହ, ଉପେନ୍ଦ୍ର ବିଶ୍ୱାଳ ଏବଂ ନିରଜଂନ ଖିଲାର ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ ।

