Screenshot 2025 05 17 130158 750

ପୁଣି ତେଜିଲା ଇସ୍କନର ଅଦିନିଆ ରଥଯାତ୍ରା ବିବାଦ, ତୁରନ୍ତ ବନ୍ଦ କରିବାକୁ ଦାବି

ରାଜ୍ୟ

ପୁରୀ: ପୁଣି ତେଜିଲା ଇସ୍କନର ଅଦିନିଆ ରଥଯାତ୍ରା ବିବାଦ। ମେ ୧୮ ତାରିଖରେ ହେବାକୁ ଥିବା ରଥଯାତ୍ରାକୁ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜ୍ୟ ଓ କେନ୍ଦ୍ର ସରକାର ହସ୍ତକ୍ଷେପ ଦାବି କଲେ ସେବାୟତ। ତୁରନ୍ତ ଇସ୍କନର ଅଦିନିଆ ରଥଯାତ୍ର ବନ୍ଦ କରିବାକୁ ଦାବି କରାଯାଇଛି।

ଇସ୍କନ ବାରମ୍ବାର ନିୟମ ବାହାରେ କାର୍ଯ୍ୟ କରୁଛି। ମହାପ୍ରଭୁଙ୍କ ପରମ୍ପରାକୁ ସମସ୍ତେ ମାନିବା ଆବଶ୍ୟ। ଓଡ଼ିଆଙ୍କ ପ୍ରତି କୁଠାରଘାତ କରିଛି ଇସ୍କନ। ବାରମ୍ବାର ବିବାଦ ସତ୍ତ୍ବେ ବିଦେଶରେ କିଭଳି ଭାବେ ଅଦିନିଆ ରଥଯାତ୍ରା ପୁଣି ଆୟୋଜେନ ହୋଇଛି ତାକୁ ନେଇ ଜଗନ୍ନାଥପ୍ରେମୀ ପ୍ରଶ୍ନ ଉଠାଇଛନ୍ତି ।

ସେହିଭଳି ଫେସବୁକରେ ପୋଷ୍ଟ ହୋଇଥିବା କାର୍ଡରେ ତିନି ରଥରେ ଯେଉଁ ଠାକୁରଙ୍କୁ ବସାଇବା କଥା ବସାଯାଇନାହିଁ। ଶ୍ରୀଜଗନ୍ନାଥଙ୍କ ବଳରେ ନନ୍ଦିଘୋଷରେ ଦେବୀ ସୁଭଦ୍ରାଙ୍କୁ ବସାଯାଇଛି। ତାଳଧ୍ବଜରେ ବଳଭଦ୍ରଙ୍କ ବଦଳରେ ଶ୍ରୀଜଗନ୍ନାଥ ଓ ଦର୍ପଦଳନ ରଥରେ ଦେବୀ ସୁଭଦ୍ରାଙ୍କ ବଦଳରେ ବଳଭଦ୍ର ବସିଥିବା ଫଟୋ ୟେସାର ହୋଇଛି। ବାସ୍ତବ ରଥଯାତ୍ରା ବେଳେ ଏପରି ଭୁଲ ହେଲେ ଏହା ଅକ୍ଷମଣୀୟ ବୋଲି କହିଛନ୍ତି ଜଗନ୍ନାଥ ଭକ୍ତ।

Shrutilipi ad