ଆଗରପଡ଼ା :ସ୍ଥାନୀୟ ବିଦେଶୀ ମଦ ଦୋକାନରୁ ଗୁରୁବାର ବିଳମ୍ବିତ ରାତିରେ ଚୋରୀ ହୋଇଥିବାର ଜଣାପଡ଼ିଛି । ଏହି ସଂପର୍କରେ ଥାନା କେସ୍ ନଂ ୭୮/୨୫ରେ ଏକ ମାମଲା ରୁଜ୍ଜୁ କରି ଥାନାଧିକାରୀ ଶ୍ରୀକାନ୍ତ ପତି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି । ସୂଚନାନୁଯାୟୀ, ଏହି ମଦ ଦୋକାନ ଆଗରପଡ଼ା-ଭଦ୍ରକ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଓ ଥାନାର ମାତ୍ର କିଛି ମିଟର ଦୂରରେ ଅବସ୍ଥିତ ଥିଲେ ସୁଦ୍ଧା ଦୁର୍ବୃତ୍ତମାନେ ଦୋକାନ ଗ୍ରୀଲ୍ ଭାଙ୍ଗି ଚୋରୀ କରିଥିଲେ ।ମାତ୍ର ୩ଟି ମଦ ବୋତଲ ସହ କ୍ୟାସ ବାକ୍ସରେ ଥିବା ୧୭ହଜାର ଟଙ୍କା ଲୁଟ୍ କରିଥିବାର ଜଣାପଡ଼ିଛି । ସେଠାରେ ବିଭିନ୍ନ ଦାମୀ ବ୍ରାଣ୍ଡ ର ଅନ୍ୟାନ୍ୟ ମଦ ଥିଲେ ସୁଦ୍ଧା ଏହାକୁ ଦୁର୍ବୃତ୍ତମାନେ ନେଇ ପାରିନାହାଁନ୍ତି । ସିସି କ୍ୟାମେରା ଫୁଟେଜ ଅନୁଯାୟୀ ୩ଜଣ ଯୁବକ ମୁହଁରେ ଗାମୁଛା ବାନ୍ଧି ଦୋକାନ ଭିତରକୁ ପଶିଥିଲେ । ଏହି ମାନଙ୍କ ଚେହେରା ଝାପ୍ସା ଦେଖା ଯାଉଥିବାରୁ ସ୍ପଷ୍ଟ ଭାବେ ଚିହ୍ନି ହେଉନାହିଁ ଓ ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର ହୋଇଥାଇ ପାରନ୍ତି ବୋଲି ପୋଲିସ୍ ଅନୁମାନ କରୁଛି ।

