Img 20250515 wa0188

ଭାରତୀୟ ସେନା ବାହିନୀର ଦକ୍ଷତାକୁ ସମ୍ମାନ ଜଣାଇ ବାରିପଦା ଠାରେ ତ୍ରିରଙ୍ଗା ବାଇକ୍ ଯାତ୍ରା

ରାଜ୍ୟ
ବାରିପଦା: ଆତଙ୍କବାଦ ବିରୋଧୀ ଅଭିଯାନ,  ଅପରେସନ୍‍ ସିନ୍ଦୁର’ର ସଫଳତା ପରେ ଭାରତୀୟ ସେନା ବାହିନୀର ଦକ୍ଷତାକୁ ସମ୍ମାନ ଜଣାଇବା ତଥା ସେମାନଙ୍କ ମନୋବଳକୁ ଦୃଢ଼ କରିବା ଉଦେଶ୍ୟରେ ଆଜି ବାରିପଦାଠାରେ ଏକ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା  ଅନୁଷ୍ଠିତ ହୋଇଯାଇଛି।
ଏହି ଶୋଭାଯାତ୍ରା  ସକାଳ ୮ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଠାରୁ ଆରମ୍ଭ ହୋଇ ସହରର ବିଭିନ୍ନ ରାସ୍ତାରେ ପରିକ୍ରମା କରି  ପୌରପାଳିକା ଗେଷ୍ଟ ହାଉସ ପାଖରେ ସମ୍ପୂର୍ଣ୍ଣ ହୋଇଥିଲା।
ଉକ୍ତ ତ୍ରିରଙ୍ଗା ବାଇକ ଯାତ୍ରାରେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ନିଜାରତ ଅଧିକାରୀ ଶ୍ରୀ ଶ୍ରୀକାନ୍ତ ସାହୁ ପ୍ରମୁଖ ତ୍ରିରଙ୍ଗା ପତାକା ଧରି ବାଇକ ଯାତ୍ରାରେ ଅନ୍ୟମାନଙ୍କ ସହିତ ସାମିଲ ହୋଇଥିଲେ।  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ପତାକା ଦେଖାଇ ଏହାକୁ ଶୁଭ ଉଦଘାଟନ କରିଥିଲେ।
ଏହି ବାଇକ ଶୋଭାଯାତ୍ରାରେ  ୭୦୦ ରୁ ଉର୍ଦ୍ଧ ବିଭିନ୍ନ ବର୍ଗ ଯଥା ପୋଲିସ ପଦାଧିକାରୀ, ପୋଲିସ କର୍ମଚାରୀ,  ସରକାରୀ ପଦାଧିକାରୀ, କର୍ମଚାରୀ,  ଲୋକପ୍ରତିନିଧି, ଏନସିସି, ଏନଏସଏସ,କ୍ରୀଡା ଛାତ୍ର ସ୍ବେଛାସେବୀ, ବୁଦ୍ଧିଜୀବୀ ଏବଂ ସାଧାରଣ ଜନତା ବିପୁଳ ସଂଖ୍ୟାରେ ସାମିଲ ହୋଇ ଶୋଭାଯାତ୍ରାରେ ନିଜ ସହିତ ତ୍ରିରଙ୍ଗା ପତାକା ଧରି ବାଇକ ଚଳାଇ ବନ୍ଦେ ମାତରମ , ଭାରତ ମାତାକି ଜୟ, ଜୟ ଯବାନ ଇତ୍ୟାଦି ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ ।
ଏହି ଅବସରରେ ଜିଲ୍ଲାପାଳ  କହିଥିଲେଯେ, ଅପରେସନ୍‍ ସିନ୍ଦୁର’ର ସଫଳତା ପରେ ଭାରତୀୟ ସେନାବାହିନୀର ପରାକ୍ରମକୁ ସମ୍ମାନ ପ୍ରଦର୍ଶନ ଉଦେଶ୍ୟରେ ଆଜିର ଏହି ତ୍ରିରଙ୍ଗା ବାଇକ୍ ଯାତ୍ରା ଆତଙ୍କବାଦ ବିରୁଦ୍ଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ। ତ୍ରିରଙ୍ଗା ତଳେ  ଯେତେବେଳେ ସବୁ ଭାରତୀୟ ଏକତ୍ରିତ ହେବେ ହେବେ, ସେତେବେଳେ କୌଣସି ଶକ୍ତି ଭାରତ ବିରୁଦ୍ଧରେ ସଫଳ ହେବେ ନାହିଁ । ତ୍ରିରଙ୍ଗାର ତିନି ରଙ୍ଗ  ଆମକୁ ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟର ଆଦର୍ଶରେ ଅନୁପ୍ରାଣୀତ କରିଥାଏ. ଆମ ପାଖରେ ସହନଶୀଳତା ରହିଛି, ମାତ୍ର ଯେତେବେଳେ ଦେଶର ସୁରକ୍ଷା ତଥା ଦେଶବାସୀଙ୍କ ଜୀବନ ପ୍ରତି ବିପଦ ଆସେ,ସେତେବେଳେ ନିଶ୍ଚିତ ଭାବେ ଶତ୍ରୁ  ବିରୁଦ୍ଧରେ ଲଢୁ। ଆମର ସେନାବାହିନୀର ବୀର ଜବାନମାନେ ସିନ୍ଦୁର’ର ମର୍ଯ୍ୟାଦା ରଖି ଶତ୍ରୁ ପକ୍ଷଙ୍କୁ ଉଚିତ ଜବାବ ଦେଇଛନ୍ତି ।  ଶତ୍ରୁ ବିରୁଦ୍ଧରେ ଲଢ଼ିବା ପାଇଁ ଆମ ସେନାବାହିନୀ ସଦା ସର୍ବଦା ପ୍ରସ୍ତୁତ। ଦେଶମାତୃକା ତଥା ଦେଶବାସୀଙ୍କ ପାଇଁ ସେମାନଙ୍କ ସେବା ଓ ତ୍ୟାଗ ଅତୁଳନୀୟ। ଆମ ଦେଶର ବୀର ଜବାନ ମାନଙ୍କୁ ମୁଁ ହୃଦୟରୁ  ସମ୍ମାନ ଜଣାଉଛି ବୋଲି ସେ କହିଥିଲେ।
ଏହି ଅବସରରେ ସେନାବାହିନୀଙ୍କୁ ସମ୍ମାନ ଜଣାଇବା ଉଦେଶ୍ୟରେ ଦସ୍ତଖତ ଅଭିଯାନ କରାଯାଇଥିଲା। ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ସାଧାରଣ ଜନତା ଏଥିରେ ନିଜ ନିଜର ଦେଶାତ୍ମବୋଧ ଭାବନାକୁ ବାର୍ତ୍ତା   ମାଧ୍ୟମରେ ପ୍ରକାଶ କରିଥିଲେ।
ବାରିପଦା ପୌରପାଳିକା ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ପୌରପାଳିକା ଉପାଧ୍ୟକ୍ଷା ଶ୍ରୀମତୀ ସୀମା ଦାସ,   ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ପୌର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ରାଉତ,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୋଦ କିଷାନ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ପ୍ରସାଦ ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ, ବିଭିନ୍ନ ୱାର୍ଡର  କାଉ ସିଲର ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ।
Shrutilipi ad