Img 20250515 wa0212

ଅଲଚିକି ଲିପିର ୧୦୦ତମ ବର୍ଷ ଓ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଶତବାର୍ଷିକୀ ପାଳିତ

ରାଜ୍ୟ
ବାରିପଦା – ବେଙ୍ଗାଲୁରୁରେ ଥିବା “ସମସ୍ତ ସାନ୍ତାଳ କଲ୍ୟାଣ ସଂଘ” ଦ୍ଵାରା ଅଲଚିକି ଲିପି ଉଦ୍ଭାବନର ୧୦୦ ବର୍ଷ ଓ ଅଲଚିକି ଲିପି ସ୍ରଷ୍ଟା ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ ତମ ଜନ୍ମ ବାର୍ଷିକ ବେଙ୍ଗାଲୁରୁର ସରଜାପୁଠାରେ ଥିବା ଅକଟାଭେ ହୋଟେଲର ସମ୍ମିଳନୀ କକ୍ଷରେ ପାଳନ କରାଯାଇଛି। ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଫୋଟରେ ମାଲ୍ୟାର୍ପଣ କରାଯାଇ ସାନ୍ତାଳ ସମାଜର ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।
ସ଼ଂଘ ସଭାପତି ଶ୍ରୀ ଧାନାଇ ଵାସ୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପାଦକ ଇଂ ଚନ୍ଦ୍ର ମୋହନ  ହାଁସଦା ସମସ୍ତଙ୍କୁ  ସ୍ବାଗତ କରିବା ସହିତ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ ଆଦି ରାଜ୍ୟରୁ ବିଭିନ୍ନ କାର୍ଯ୍ୟ ନିମନ୍ତେ ବେଙ୍ଗାଲୁରୁକୁ ଆସି ଏଠାରେ ବାସ କରୁଥିବା ସାନ୍ତାଳ ସମ୍ପ୍ରଦାୟର ଲୋକମାନଙ୍କୁ ଏକତ୍ରିତ କରାଯାଇ ସେମାନଙ୍କର ଅଭାବ ଅସୁବିଧା ସମୟରେ ସାହାଯ୍ୟ ସହଯୋଗ କରାଯାଇଥାଏ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଭାବରେ ଇଂ ଜାସକାନ ହେମ୍ବ୍ରମ, ସମ୍ମାନିତ ଅତିଥି ଭାବରେ ଡଃ ଗୋବିନ୍ଦ ମାଝୀ ଓ ଶ୍ରୀମତୀ ସ୍ଵରୁପା ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଅଲଚିକି ଲିପିକୁ ୟୁନିକୋଡରେ ସାମିଲ କରିଥିବା ପ୍ରଫେସର୍ ରମେଶ ଚନ୍ଦ୍ର ହାଁସଦା, ଡା. ନରେଶ ଚନ୍ଦ୍ର ମୁର୍ମୁ, ଭାରତୀୟ ସମ୍ବିଧାନକୁ ସାନ୍ତାଳୀ ଭାଷାରେ ଅନୁବାଦ କରିଥିବା ପ୍ରଫେସର୍ ଶ୍ରୀପତୀ ଟୁଡୁ, ମିଶନ ଅଲଚିକି-୨୦୨୫ ର ଉପଦେଷ୍ଟା ଶ୍ରୀ ମାଙ୍ଗାତ ମୁର୍ମୁ, ସାନ୍ତାଳୀ ଖବରକାଗଜ ଫାଗୁନର ପ୍ରକାଶିକା ଓ ସମ୍ପାଦୀକା ଶ୍ରୀମତୀ ମାଳତୀ ମୁର୍ମୁ,  ଆମେରିକାର ରହୁଥିବା ବିଶିଷ୍ଟ ସମାଜସେବୀ ଶ୍ରୀମତୀ ମାଇନ ମୁର୍ମୁ, ଦିଶମ ଖବର କାଗଜର ପ୍ରତିଷ୍ଠାତା  ସଂପାଦକ ୰ ଫୁଦାନ ମାଝୀଙ୍କ ତରଫରୁ ତାଙ୍କର ଧର୍ମ ପତ୍ନୀ ଶ୍ରୀମତୀ ଶକୁନ୍ତଳା ମୁର୍ମୁଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଇଂ ଶିବଶଙ୍କର ବେଶ୍ରା ଓ ରାଜନାରାୟଣ ମାର୍ଣ୍ଣି  ପରିଚାଳନା କରୁଥିଲେ ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Shrutilipi ad