ଆଗରପଡ଼ା :ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ବନ୍ତଳା ଗ୍ରାମରେ ମଙ୍ଗଳବାର ମାଣ୍ଡିଆ କ୍ଷେତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ବ୍ଲକ ସଂଯୋଜକ ପର୍ଶୁରାମ ସାହୁ ଓ ଜିଲ୍ଲା ସଂଯୋଜକ ପ୍ରକାଶ ମାନ୍ନାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଏଡିଏମ ଶାନ୍ତୁନୁ କୁମାର ମହାନ୍ତି, ଜିଲ୍ଲା କୃଷି ଅଧିକାରୀ ଦିଜବର ସେଠୀ, ବନ୍ତ ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତି, ସ୍କିମ ଅଧିକାରିଣୀ ଅନୁରାଧା ପଣ୍ଡା, ଡିପିଡି ବିଶ୍ୱରଂଜନ ରାଉତ, ଭୁବନେଶ୍ୱର ଡବ୍ଲୁଏଏସଏସଏ ର ପୁଲକ ନାୟକ, ଆରସି ନିକିତା ମହାପାତ୍ର,ଏମ ବିକେ କମଳା ମିଶ୍ର ପ୍ରମୁଖ ଉପସ୍ଥିତରେ ପ୍ରାରମ୍ଭରେ ସେହି ଗ୍ରାମର ସରସ୍ୱତୀ ମହାପାତ୍ରଙ୍କ ଏକ ହେକ୍ଟର ଚାଷ ଜମିରେ ୬ ପ୍ରକାର ମାଣ୍ଡିଆ କରାଯାଇଥିବା ବେଳେ ସମସ୍ତ ଅଧିକାରୀ ଉକ୍ତ ଚାଷ ଜମିକୁ ପରିଦର୍ଶନ କରିବା ସହିତ ଅତି ଉନ୍ନତ ମାନର ମାଣ୍ଡିଆ ଚାଷ ହୋଇଥିବା ଦେଖିବାକୁ ପାଇଥିଲେ । ପରେ ସଭାସ୍ଥଳୀରେ ପହଂଚି ୨୫ ଗୋଟି ପଂଚାୟତରୁ ଆସିଥିବା ଶତାଧିକ ଚାଷୀଙ୍କୁ ମାଣ୍ଡିଆ ଚାଷ ବିଷୟରେ ବୁଝାଇବା ସହିତ ଆଗାମୀ ଦିନରେ ମାଣ୍ଡିଆ ଚାଷ କରି ସରକାର ତରଫରୁ ମିଳୁଥିବା ସୁବିଧାର ଫାଇଦା ନେବା ବିଷୟରେ କହିଥିଲେ ଉପସ୍ଥିତ ଅତିଥି । ସୁଶାନ୍ତ କୁମାର ଜେନା, ସତ୍ୟବ୍ରତ ସିଂ, ବନମାଳୀ ବାରିକ, ଜ୍ୟୋତିରଞ୍ଜନ ରାଉତ, ପ୍ରମୋଦ ପାଣିଗ୍ରାହୀ, ନାରାୟଣ ଜେନା, ପ୍ରହଲ୍ଲାଦ ଗିରି, ସନ୍ତୋଷ ଗିରି, ପଦ୍ମନାଭ ଜେନା, ସତ୍ୟବ୍ରତ ପାଳ, ଉର୍ମିଳା ବେହେରା, ଯୁଧିଷ୍ଠିର ଜେନା, ହଳଧର ସ୍ୱାଇଁ, ପ୍ରଶାନ୍ତ ଭୂୟା, ତ୍ରିଲୋଚନ ଜେନା, ଜନ୍ମେଜୟ ଧଳ ସମେତ ସମସ୍ତ ଚାଷୀ ଓ ଧବଳେଶ୍ୱର ମହାସଂଘର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

