Img 20250511 wa0203

ବିଦାୟ ସମ୍ବର୍ଦ୍ଧନା ଏବଂ ପୁସ୍ତକର ଲୋକାର୍ପଣ ଉତ୍ସବ, କାଳଜୟୀ ସୃଷ୍ଟି ସ୍ରଷ୍ଟାକୁ ଆମରତ୍ୱ ପ୍ରଦାନ କରିଥାଏ

ରାଜ୍ୟ

ବାରିପଦା: ଲେଖକଟିଏ ସୃଜନୀ ଶକ୍ତିର ଭଣ୍ଡାର. ନିତିଦିନିଆ ସଂସାର ଭିତରେ ସବୁ ମଣିଷ ଘାଣ୍ଟି ହେଉଥିବା ବେଳେ, ସାହିତ୍ୟିକ ଟିର ମନ ଏବଂ ମସ୍ତିଷ୍କ ସବୁବେଳେ ନୂତନତ୍ୱର ସନ୍ଧାନରେ ନିମଗ୍ନ ରହିଥାଏ. ସମାଜକୁ ଜ୍ଞାନ ବାଣ୍ଟିବା ପାଇଁ ନିଜ କଲମ ମୁନରେ ଯେଉଁ କାଳଜୟୀ ସାହିତ୍ୟକୁ ସୃଷ୍ଟି କରିଥାଏ, ସେହି କାଳଜୟୀ ସୃଷ୍ଟି ସ୍ରଷ୍ଟାକୁ ଆମରତ୍ୱ ପ୍ରଦାନ କରିଥାଏ ବୋଲି ସମ୍ବଲପୁର ବରଗଡ଼ ଓଡ଼ିଆ ଗବେଷଣା ପରିଷଦ ଏବଂ ଓଡ଼ିଆ ଜାଗରଣ ମଞ୍ଚ ମୟୁରଭଞ୍ଜ ଆନୁକୂଲ୍ୟରେ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଅବସର ପ୍ରାପ୍ତ ପ୍ରଫେସର ବବ୍ରୁବାହନ ମହାପାତ୍ରଙ୍କ ବିଦ୍ୟାୟ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ବିଶିଷ୍ଟ ଅତିଥି ଭାବରେ ବାରିପଦା ଉପଜିଲ୍ଲାପାଳ ବିଶିଷ୍ଟ ସାହିତ୍ୟିକ ଡ଼. ଦୟାସିନ୍ଧୁ ପରିଡା, ବିଶିଷ୍ଟ ବକ୍ତା ପଦ୍ମଶ୍ରୀ ଡ଼. ଦମୟନ୍ତୀ ବେଶ୍ରା, ଓଡ଼ିଆ ଜାଗରଣ ମଞ୍ଚ ଏବଂ ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ, ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡ଼. ଜଗତବନ୍ଧୁ ଆଚାର୍ଯ୍ୟ, ସମ୍ବଲପୁର ବରଗଡ଼ ଓଡ଼ିଆ ଗବେଷଣା ପରିଷଦର ସମ୍ପାଦକ ଡ଼. ଦିନେଶ ଅଗ୍ରୱାଲା ପ୍ରମୁଖ ମତବ୍ୟକ୍ତ କରିଛନ୍ତି. ସମାରୋହରେ ବିଶିଷ୍ଟ ପରିବେଶବିତ ବରିଷ୍ଠ ସାମ୍ବାଦିକ ଡ.ବିଜୟ କୁମାର ଅଗ୍ରୱାଲ ପୌରୋହିତ୍ଯ କରିଥିବା ବେଳେ, ଏହି ଅବସରରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ପ୍ରଫେସର ଡ଼. ବବ୍ରୁ ବାହାନ ମହାପାତ୍ର ଚାକିରିରୁ ଅବସର ନେଇଥିବାରୁ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ତରଫରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ, ବହୁ ସାରସ୍ୱତ ପ୍ରତିଭାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା. ଏହି ଅବସର ରେ ବିଦାୟ କାଳୀନ ସ୍ମୃତିଗ୍ରନ୍ଥ ସହିତ ପ୍ରଫେସର ମହାପାତ୍ର ଙ୍କ 4ଟି ଉପାଦେୟ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା. ପ୍ରଫେସର ଡ଼. ବବ୍ରୁ ବାହାନ ମହାପାତ୍ର ମୟୁରଭଞ୍ଜ ରେ ତାଙ୍କର କର୍ମମୟ ଜୀବନର ଅନୁଭୂତି ବର୍ଣ୍ଣନା କରି ଭଞ୍ଜ ମାଟିର ମୋହକୁ ଭୁଲିବା ଏତେ ସହଜ ନୁହେଁ ବୋଲି କହିଥିଲେ |

କୃତି ଶିକ୍ଷକ ଡ଼. ଶଶୀଧର ବିଶ୍ୱାଳ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ, ଅଧ୍ୟାପକ ସ୍ୱାଧୀନ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ସମାରୋହରେ ମୟୁରଭଞ୍ଜ, ସମ୍ବଲପୁର, କେନ୍ଦୁଝର, ଭୁବନେଶ୍ୱର ତଥା ଅନ୍ୟାନ୍ୟ ଜିଲ୍ଲାରୁ ଶତାଧିକ ସାହିତ୍ୟିକ, ଗବେଷକ ଏବଂ ବୁଦ୍ଧିଜୀବୀ ମାନେ ଯୋଗଦେଇ ଥିଲେ |

Shrutilipi ad