ନାବାଳିକା କୁ ବିବାହ ର ପ୍ରତିଶୃତି ଦେଇ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ କୁ ୨୨ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ରାଜ୍ୟ

ବାରିପଦା: ଜନୈକ  ନାବାଳିକା କୁ ବିବାହ ର ମିଛ ପ୍ରତିଶୃତି ଦେଇ  ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ସଂକ୍ରାନ୍ତ ଏକ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପର ଥାନା ଅନ୍ତର୍ଗତ ବାଧିମୁହା ଗ୍ରାମର ଶରତ ପରମାଣିକ (38) କୁ ଦଫା 354   ଅନୁଯାୟୀ  ଦୁଇ ବର୍ଷ   ସଶ୍ରମ କାରାଦଣ୍ଡ ସମେତ ପାଞ୍ଚ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ସେହିପରି ଦଫା 6 ଅଫ ପୋକ୍ସ ଆକ୍ଟ ରେ  କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ଏ ସମସ୍ତ ଦଣ୍ଡାଦେଶ ଏକକାଳୀନ ଲାଗୁ କରିବା ପାଇଁ ରାୟରେ ଉଲେଖ କରାଯାଇଅଛି l ଏଥି ସହିତ କ୍ଷତିପୁରଣ ବାବଦରେ ପୀଡିତା ନାବାଳିକା ନାମରେ ଏକ ରାଷ୍ଟ୍ରୟତ ବ୍ୟାଙ୍କରେ ତିନି ଲକ୍ଷ ଟଙ୍କା ପାଞ୍ଚ ବର୍ଷ ପାଇଁ ଜମା କରିବା କୁ ଜିଲ୍ଲା ଆଇନ ସହୟତା କର୍ତ୍ତୃପକ୍ଷ ଙ୍କୁ ଅଦାଲତ ପକ୍ଷରୁ ନିର୍ଦେଶ ଦିଆଯାଇଅଛି l ମାମଲାର ବିବରାଣୀ ରୁ ପ୍ରକାଶ ଯେ ପୀଡିତା ନାବାଳିକା ଜଣକ ଦଶମ ଶ୍ରେଣୀ ରେ ପାଠ ପୁଢ଼ୁଥିଲା l ଅଭିଯୁକ୍ତ ନାବାଳିକା ବିଦ୍ୟାଳୟ କୁ ଯିବା ବାଟରେ  ନିୟମିତ ଛକି ରହି  ତା ସହିତ ସୁସମ୍ପର୍କ  ବନାଇବାରେ ସକ୍ଷମ ହୋଇଥିଲା l ଏଥି ସହିତ ତାକୁ ବିବାହର ମିଛ ପ୍ରତିଶୃତି ଦେଇ ତା ସହିତ ବାରମ୍ବାର ଦୁଷ୍କର୍ମ କରିଥିଲା l ପରେ ନାବାଳିକା ଜଣକ ଜାଣିବାକୁ ପାଇଲା ଅଭିଯୁକ୍ତ ଶରତ ପରମାଣିକ ଜଣେ ବିବାହିତା ପୁରୁଷ l ଏ କଥା ଜାଣିବାପରେ ନାବାଳିକା ଆଉ ତା ସହିତ କୌଣସି ସମ୍ପର୍କ ରଖିନଥିଲା l ମାତ୍ର ଅଭିଯୁକ୍ତ ଶରତ ଅନ୍ତରାଙ୍ଗ ସମୟର କିଛି ଫୋଟୋ ରଖି ନାବାଳିକାକୁ ବ୍ଲାକମେଲ କରିବା ସହିତ ଧମକ ଚମକ ମଧ୍ୟ ଦେଇଥିଲା l ଏହାପରେ ନାବାଳିକା ଙ୍କ ପରିବାରଵର୍ଗ  ନ୍ୟାୟ ପାଇଁ ଥାନାର ଦୁଆରସ୍ଥ ହୋଇଥିଲେ  l  ଏ ବାବଦରେ  ରସଗୋବିନ୍ଦପୁର ଥାନାରେ କେସ ନମ୍ବର 318/27-12-2022 ରେ ଏକ ପୋକ୍ସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କୁ  ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଆଜି ମାନ୍ୟବର ଅଦଲତ ପକ୍ଷରୁ ସମସ୍ତ 5  ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି  l ଉକ୍ତ କେସକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ମନୋରନଞ୍ଜ ପଟ୍ଟନାଏକ ପରିଚାଳନା କରିଥିଲେ l

Shrutilipi ad