ବାରିପଦା : ସ୍ଥାନୀୟ ଓଡିଶା ରକ୍ତ କେନ୍ଦ୍ର, ବାରିପଦା ପରିସରରେ ଓଡିଶା ରକ୍ତଦାତା ମହାସଂଘ, ବାରିପଦା ଶାଖା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରକୁ ବରିଷ୍ଠ ସଦସ୍ୟ ସର୍ଦ୍ଦାର ହରିଚରଣ ସିଂହ ଓ ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟ ରଞ୍ଜନ ନାୟକ ଉଦଘାଟନ କରିଥିଲେ I ଏହି ଶିବିରରେ ୨ ଜଣ ମହିଳା ସମେତ ମୋଟ ୨୦ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ I ରକ୍ତଭଣ୍ଡାରର ରୁଚିକା ଖୁରାନା, ଶକୁନ୍ତଳା ମହାନ୍ତ, କରୁଣାକର ଜେନା ଓ ପ୍ରଭାସିନୀ ସାହୁ ରକ୍ତ ସଂଗ୍ରହ କରିଥିଲେ I ସଂସ୍ଥା ତରଫରୁ ସୀତା ମାର୍ଣ୍ଡି, ପଦ୍ମିନୀ ଦାସ, ବସନ୍ତ କୁମାର ହାଁସଦା, ଦିପୁନ ବିନ୍ଧାଣି, ପ୍ରଦୀପ କୁମାର ଭଞ୍ଜଦେଓ ରକ୍ତଦାନ କରିଥିବା ବେଳେ ଡଃ ନିରୋଜ କୁମାର ପୋଥାଳ, ବିମ୍ବାଧର ସାହୁ, ବସନ୍ତ ମହାପାତ୍ର, ଅରବିନ୍ଦ ମୁଖି, ଲୋକନାଥ ମହାନ୍ତ, ଇନ୍ଦ୍ରଜିତ ମହାନ୍ତ, ଅନିଲ କୁମାର ନାୟକ, ପ୍ରତାପେଶ୍ୱର ଦାଶ, ସନତ କୁମାର ଦାସ, ତାପସ ସିଂ, ରଂଜିତା ଦଳେଇ ଓ ନମିତା ନାୟକ ଶିବିର ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I ଅତ୍ୟଧିକ ଗରମକୁ ଖାତିର ନକରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ କରିଥିବା ରକ୍ତଦାତାଙ୍କୁ ରକ୍ତଭଣ୍ଡାର ଓ ସଂସ୍ଥା ତରଫରୁ ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I

