Img 20250510 wa0163

ବାରିପଦା ରେ ଦ୍ଵିତୀୟରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୫

ରାଜ୍ୟ

ବାରିପଦା: ଜିଲ୍ଲା ଆଇନ ସେବା ପ୍ରାଧ‌ିକରଣ, ମୟୂରଭଞ୍ଜ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଓ ଦୌରାଜଜଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲୋକ ଅଦାଲତରେ ମୋଟ ୯୩୫୪ ଟି ମାମଲା ମଧ୍ୟରୁ ୨୪୯୧ ଟି ମାମଲାର ଅପୋଷ ବିଚାର ହୋଇ ମୋଟ ୨,୧୩,୮୭,୦୨୦ ଟଙ୍କା ଅଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି । ଜିଲ୍ଲା ଓ ଦୌରାଜକ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରାକ ମକଦ୍ଦମା ସମ୍ପର୍କିତ ୪୭୨୪ ଗୋଟି ମାମଲା ମଧ୍ୟରୁ ୨୩୬ ଟି ଅଦାଲତରେ ଅପୋଷ ବିଚାର ହୋଇ ୯୯ ଲକ୍ଷ ୨୪ ହଜାର ୭୨ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥ‌ିବାଜଣା ପଡ଼ିଛି ।

ସେହିପରି ବକେୟା ଥ‌ିବା ବିଭିନ୍ନ ଶ୍ରେଣୀଭୁକ୍ତ୪୬୩୦ ଗୋଟି ମାମଲା ମଧ୍ୟରୁ ଏନ. ଆଇ. ଆକ୍ଟ ଧାରା ୧୩୮ ଅନ୍ତର୍ଗତ ୧୪୭ ଟି ମାମଲା ମଧ୍ୟରୁ ୧୮ ଟି, ବ୍ୟାଙ୍କ ଋଣ ଅଦାୟ ସମ୍ବନ୍ଧିତ ୮୪ ଟି ରୁ ୧୩ ଟି, ମୋଟର ଯାନ ଦୁର୍ଘଟଣା ମାମଲା ୨୨୪ ଟି ରୁ ୫ ଟି, ବୈବାହିକ (ଛାଜପତ୍ର ବ୍ୟତୀତ) ସମ୍ବନ୍ଧୀୟ ୪୩ ଟି ମାମଲା ମଧ୍ୟରୁ ୨୧ ଟି, ରାଜସ୍ୱ ମାମଲା ୨୯୮୨ ଟି ମଧ୍ୟରୁ ୧୭୩୯ ଟି, ଅନ୍ୟାନ୍ୟ ଦେୱାନୀ ମାମଲା ୨୧୪ ଟି ମଧ୍ୟରୁ ୫୬ ଟି, ଓ ଅନ୍ୟାନ୍ୟ ଫୌଜଦାରୀ ମାମଲା ୪୦୩ ଟି ମିଶାଇ ମୋଟ ୨୨୫୫ ଟି ମାମଲାର ଫଇସଲା କରାଯାଇ ମୋଟ ୧,୧୪,୬୨,୯୪୮ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାଯାଇଛି ।

ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପରିବାର ଅଦାଲତ ଜଜ ଶ୍ରୀମତୀ ପ୍ରଜ୍ୟୋତି ରାଉତ , ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଶ୍ରୀ ସତ୍ୟନାରାୟଣ ପାତ୍ର, ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଳ ଶ୍ରୀ ସୁମନ କୁମାର ମିଶ୍ର, ସିନିୟର ସିଭିଜ ଜଳ (ଏଲ୍.ଆର ଓ ଏଲ୍‌.ଡି.ଭି ) ଶ୍ରୀ ସୁଦାମ ଚରଣ ଦାଶ, ସିନିୟର ସିଭିଲ୍ ଜଜ ଡା. ନିଶାକର ସାହୁ, ଅତିରିକ୍ତ ସିନିୟର ସିଭିଲ ଜଜ ଶ୍ରୀ ସୂର୍ଯ୍ୟ ଦାସ, ଦ୍ଵିତୀୟ ଅତିରିକ୍ତ ସିନିୟର ସିଜିଲ ଜଳ ଶ୍ରୀ କୈଳାଶ ସାହୁ, ରେଜିଷ୍ଟ୍ରାର ଶ୍ରୀ ନୀହାର ରଞ୍ଜନ ସାହୁ, ଏସ. ଡି. ଯେ. ଏମ. ଶ୍ରୀମତୀ କୁୱେଲ ପଟ୍ଟନାୟକ, ଜେ. ଏମ. ଏଫ,ସି-1 (Cog. Taking) ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସ୍ଵାଇଁ, ଜେ.ଏମ.ଏଫ.ସିଦୀପାଲୀ ଦାସ ଜେ.ଏମ.ଏସ.ସି କୁମାରୀ ମଧୁଶ୍ରବା ମହାନ୍ତି, କୁମାରୀ ସୀମା ଅଗରୱାଲା, ଶ୍ରୀ ଶୁଭ୍ରାଂଶୁ ଠାକୁର ସମେତ ଅନ୍ୟାନ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଓ ମାମଲା ସମାଧାନ ନିମନ୍ତେ ଗଠନ ହୋଇଥ‌ିବା ବିଭିନ୍ନ ବେଞ୍ଚ ରେ ନିଯୁକ୍ତ ଥ‌ିବା ସଦସ୍ୟ ତଥା ସରକାରୀ ଓକିଲ ହିମାଂଶୁ କୁମାର ପାଣିଗ୍ରାହୀ, ଆଇନଜୀବୀ ତାପସ କୁମାର ଦତ୍ତ, ପ୍ରଦୀପ କୁମାର ଜେନା, ପ୍ରଣତୀ ମୁର୍ମୁ ଓ ଜୟଶ୍ରୀ ଦାସ ତଥା ବାରିପଦା ଓକିଲ ସଂଘର ଅନ୍ୟ ଆଇନଜୀବୀ ତଥା ବିଭିନ୍ନ ରାଷ୍ଟ୍ରୀୟତ/ ଘରୋଇ ବ୍ୟାଙ୍କ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Shrutilipi ad