Img 20250507 wa0123

ଚଳିତ ମଇ ମାସ ୧୦ତାରିଖ ରେ ଅନୁଷ୍ଠିତ ହେବ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ରାଜ୍ୟ
ବାରିପଦା: ଜିଲ୍ଲା ଆଇନ ସେବା ପ୍ରାଧିକରଣ,ମୟୁରଭଞ୍ଜ, ବାରିପଦାଙ୍କ ତରଫରୁ ଚଳିତ ମଇମାସ ତା ୧୦-୦୫-୨୦୨5 ରିଖ (ଶନିବାର) ବାରିପଦାସ୍ଥିତ ସିଭିଲ କୋର୍ଟ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରଧିନ ମକଦ୍ଦମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ ) ଚେକ ବାଉନ୍ସ, ବ୍ୟାଙ୍କ ଋଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ବିବାଦ ମାମଲା, ଲୋକ ଉପଯୋଗୀ ସେବା ସମ୍ବନ୍ଦୀୟ ବିଦ୍ୟୁତ, ଜଳ ବିଲ ପୈଠ ମାମଲା, ବୈବାହିକ ବିବାଦ (ଛାଡ ପତ୍ର ବ୍ୟତୀତ ), ପାରିବାରିକ ବିବାଦ, ଜମି ଅଧିଗ୍ରହଣ ମାମଲା, ଚାକିରୀ ସମ୍ବନ୍ଧୀୟ (ପେନସନ ମାମଲା ଅନ୍ତର୍ଭୁକ୍ତ ), ରାଜସ୍ବ ଓ ଅନ୍ୟାନ୍ୟ ଆନୁସଙ୍ଗିକ ମାମଲା, ଖାଉଟି ବିବାଦ ଆଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ। ବିଚାରଧୀନ ମାମଲା ବ୍ୟତୀତ ପ୍ରାକ-ମକଦ୍ଦମା ସ୍ତରୀୟ (ନ୍ୟାୟାଳୟ ରେ ଦାୟର ହୋଇନଥିବା) ବିଭିନ୍ନ ମାମଲା ଗୁଡିକର ମଧ୍ୟ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସମାଧାନ ହୋଇପାରିବ।
ଲୋକ ଅଦାଲତରେ ମକଦ୍ଦମା /ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ଲାଗେ ନାହିଁ ଏବଂ ଅଦାଲତର ରାୟ ବୈଧ ଓ ଚୂଡାନ୍ତ ଅଟେ। ଯଦି କୌଣସି ବିଚାରଧିନ ମକଦ୍ଦମାର ସମାଧାନ ଲୋକ ଅଦାଲତ ମାଧ୍ୟମରେ ହୁଏ, ତେବେ ଆଗରୁ ପୈଠ ହୋଇଥିବା କୋୖର୍ଟ ଫି ଫେରସ୍ତ ହୋଇପାରିବ।
ତେଣୁ ଦୀର୍ଘ ଦିନ ଧରି ଚାଲୁଥିବା ମକଦ୍ଦମାର ସହଜ ସମାଧାନ ଏବଂ ଅଯଥା ଆର୍ଥିକ ଖର୍ଚ୍ଚାନ୍ତରୁ  ତଥା ସମୟ ଅପଚୟରୁ ମୁକ୍ତି ପାଇବା ପାଇଁ ଏହାର ସୁଯୋଗ ନେବାକୁ ଜନସାଧାରଣଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପରାମର୍ଶ ଦିଆଯାଉଛି।
Shrutilipi ad