64f10eb1eaa69

ବଜାରରେ ମିଳୁଛି ନକଲି କ୍ଷୀର: ହୋଇଯାଆନ୍ତୁ ସାବଧାନ

ରାଜ୍ୟ

ଜଗତସିଂହପୁର,୬।୫: ଜଗତସିଂହପୁର ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ବଡ଼ ଧରଣର ଚଢାଉ କରାଯାଇଛି। ଜିଲା ପ୍ରଶାସନର ୫ ଜଣିଆ ଟିମ୍‌ ଚଢ଼ାଉ କରି ବାଲିସାହି ଅଞ୍ଚଳରୁ ଏକ ନକଲି କ୍ଷୀର ଗୋଦାମ ଠାବ କରିଛି। ଗୋଦାମରୁ ଅପମିଶ୍ରିତ କ୍ଷୀର ସହ ବସ୍ତାବସ୍ତା ପାଉଡର୍‌ ଜବତ କରାଯାଇଛି।

ଅନ୍ୟପକ୍ଷେ ଅପମିଶ୍ରିତ କ୍ଷୀର ଓମ୍‌ଫେଡ୍‌କୁ ସପ୍ଲାଏ କରାଯାଉଥିବା ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ଚାଷୀଙ୍କଠାରୁ କ୍ଷୀର ନେଇ ଗୋଦାମରେ ପାଉଡର ପକାଇ ଅପମିଶ୍ରଣ କରାଯାଉଥିବା ଜଣାପଡିଛି।

Shrutilipi ad