ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ  ଶିବ ଶଙ୍କର ଦତ୍ତଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା 

ରାଜ୍ୟ
ବାରିପଦା: ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ଶିବ ଶଙ୍କର ଦତ୍ତ ତା’ଙ୍କ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଶ୍ରୀ ଦତ୍ତଙ୍କ ପାଇଁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦତ୍ତଙ୍କ  ଚାକିରୀ କାଳର କାର୍ଯ୍ୟ ସମ୍ପାଦନ ବିଷୟରେ  ଉଲ୍ଲେଖ କରି କହିଥିଲେ ଯେ କାର୍ଯ୍ୟାଳୟର ସେ ଜଣେ  ସମୟାନୁବର୍ତ୍ତୀ, ଦାୟିତ୍ୱବାନ ଓ ନିଷ୍ଠାପର କର୍ମଚାରୀ ଭାବେ ଦୀର୍ଘ ୩୫ବର୍ଷ ଧରି ତା’ଙ୍କର କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଆସୁଥିଲେ। ତେଣୁ ତାଙ୍କ ଅବସର ପରେ କାର୍ଯ୍ୟାଳୟରେ ତାଙ୍କର ଅନୁପସ୍ଥିତି ନିଶ୍ଚିତ ଅନୁଭବ ହେବ।
ଏହି ଅବସରରେ ଅଧିକାରୀଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଶ୍ରୀ ଦତ୍ତଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପିନ୍ଧାଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଜଣାଇବା ସହ  ଅବସର ପରବର୍ତ୍ତୀ ସମୟ ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରି
ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ଶ୍ରୀ ଦତ୍ତ ମଧ୍ଯ ତା’ଙ୍କର ଦୀର୍ଘ ଦିନର  ରୁଟିନ ବନ୍ଧା କର୍ମମୟ ଜୀବନ ପରେ ଆଜି ସରକାରୀ ଚାକିରୀରୁ ଅବସର ନେଉଥିବାରୁ  ଅତ୍ୟନ୍ତ ଭାବ ବିହ୍ଵଳ ହୋଇ ଅଶ୍ରୁଭରା ନୟନରେ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଥିଲେ।
ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦତ୍ତଙ୍କୁ ତା’ଙ୍କର ମାସିକ ପ୍ରଭିଜନାଲ ପେନସନ ମଞ୍ଜୁରୀ ଆଦେଶ ପତ୍ର ପ୍ରଦାନ କରିଥିଲେ।
Shrutilipi ad