ମନୋରଞ୍ଜନ ମହାନ୍ତିଙ୍କୁ ଶିଶୁ ସାହିତ୍ୟ ପ୍ରତିଭା ସମ୍ମାନ

ରାଜ୍ୟ

ଆଗରପଡ଼ା :କଟକ ସ୍ଥିତ ଶତାବ୍ଦୀ ଭବନ ଠାରେ ମାନବ ସମ୍ବଳ ବିକାଶ କେନ୍ଦ୍ର କଟକ ଓ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦ ଭଦ୍ରକଙ୍କ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ଶିଶୁ ଲେଖକ ସମ୍ମିଳନୀ ୨୦୨୫ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶିଶୁ ସାହିତ୍ୟିକ ମାନେ ଉପସ୍ଥିତ ଥିଲେ । ଶିଶୁ ସାହିତ୍ୟ ଉଦ୍ଦିଷ୍ଟ ପ୍ରକୃତିର ହସ ପତ୍ରିକା ଟି ଉନ୍ମୋଚନ କରା ଯାଇ ଶିଶୁ ସାହିତ୍ୟିକ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ମୁଖ୍ୟ ଅତିଥି ଡ.ହରିହର କାନୁନଗୋ , ଡ.ସୁନାମଣି ରାଉତ, ବିଶିଷ୍ଟ ବକ୍ତା ପ୍ରତିଭା ମହାରଥୀ, ସମ୍ପାଦକ ଶିଶୁ ସାହିତ୍ୟିକ ରମେଶ ଚନ୍ଦ୍ର ନାୟକ , ସାହିତ୍ୟିକ ଶଶଧର ପଣ୍ଡା , ଡ.ମହେଶ୍ୱର ମହାନ୍ତି, ଅଧ୍ୟାପିକା ବୈଜୟନ୍ତୀ ମିଶ୍ର ପ୍ରମୁଖ ଶିଶୁ ସାହିତ୍ୟ ବିକାଶ ଉପରେ ଅଭିଭାଷଣ ରଖି ଥିଲେ । ଏହି ଅବସରରେ ଭଦ୍ରକ ଜିଲ୍ଲା ରାମକୃଷ୍ଣପୁର ଗ୍ରାମର ପ୍ରାବନ୍ଧିକ ଓ ସୂସାହିତ୍ୟିକ ଶ୍ରୀ ଯୁକ୍ତ ମନୋରଞ୍ଜନ ମହାନ୍ତି ଙ୍କୁ ଶିଶୁ ସାହିତ୍ୟ ପ୍ରତିଭା ସମ୍ମାନ ରେ ସମ୍ମାନିତ କରି ମାନ ପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ଶିଶୁ ସାହିତ୍ୟର ବିକାଶ ଦିଗରେ ସେ ଶତ ଚେଷ୍ଟିତ ରହିବେ ବୋଲି ମତ ବ୍ୟକ୍ତ କରିଛନ୍ତି ।

Shrutilipi ad