ନାବାଳିକା ଦୁଷ୍କର୍ମକାରୀ କୁ ୨୭ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ରାଜ୍ୟ

ବାରିପଦା : ଏକ ଜନୈକା  ନାବାଳିକା ସହିତ ହୋଇଥିବା  ଦୁଷ୍କର୍ମ ସଂକ୍ରାନ୍ତ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ରାହାଡିଗଡା ଗ୍ରାମର ଚୈତନ ଏଲିଏସ ମଙ୍ଗଲ ସୋରେନ (35) କୁ ଦଫା 4 ଅଫ ପୋକ୍ସ ଆକ୍ଟ ଏବଂ 376(2)(i) ଧାରା ଅନୁଯାୟୀ ଉଭୟରେ ଦଶ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସମେତ ଚାଳିଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ସେହିପରି ଦଫା 450 ଅନୁଯାୟୀ ସାତ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ଏ ସମସ୍ତ ଦଣ୍ଡାଦେଶ ଏକକାଳୀନ ଲାଗୁ କରିବା ପାଇଁ ରାୟରେ ଉଲେଖ କରାଯାଇଅଛି l ମାମଲାର ବିବରାଣୀ ରୁ ପ୍ରକାଶ ଯେ 2017 ଜାନୁଆରୀ 1 ତାରିଖ ଦିନବେଳେ ନାବାଳିକା ଜଣକ ଘରେ ଏକୁଟିଆ ଥିଲା l ତାର ପରିବାରଲୋକ ବାଦାମପାହାଡ଼ ହାଟକୁ ଯାଇଥିଲେ l ଏହାର ସୁଯୋଗ ନେଇ ଅଭିଯୁକ୍ତ ଚୈତନ ନାବାଳିକା କୁ ଘରେ ପଶି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା l ପରିବାରଲୋକ ହାଟରୁ ଆସି ଏ କଥା ଜାଣିବାକୁ ପାଇ ନ୍ୟାୟ ପାଇଁ ଥାନାର ଦୁଆରସ୍ଥ ହୋଇଥିଲେ lଏ ବାବଦରେ  ବାଦାମପାହାଡ଼ ଥାନାରେ କେସ ନମ୍ବର2/ 1/1/2017  ରେ ଏକ ପୋକ୍ସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କୁ  ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଆଜି ମାନ୍ୟବର ଅଦଲତ ପକ୍ଷରୁ ସମସ୍ତ ଆଠ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଏଥି ସହିତ କ୍ଷତପୁରଣ ବାବଦରେ ନାବାଳିକା ନାମରେ ଏକ ରାଷ୍ଟ୍ରୟତ ବ୍ୟାଙ୍କ ରେ ଚାରି ଲକ୍ଷ ଟଙ୍କା ପାଞ୍ଚ ବର୍ଷ ପାଇଁ ଜମା କରିବା କୁ ଜିଲ୍ଲା ଆଇନ ସେଲ କର୍ତୃପକ୍ଷ ଙ୍କୁ ରାୟରେ ଆଦେଶ  ଦିଆଯାଇଅଛି l ଉକ୍ତ କେସକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ମନୋରନଞ୍ଜ ପଟ୍ଟନାଏକ ପରିଚାଳନା କରିଥିଲେ l

Shrutilipi ad