ଆରଆଇ, ଅମିନ ପରୀକ୍ଷା ଫଳ: ସବୁ ପରୀକ୍ଷାର୍ଥୀ ପ୍ରିଲିମ୍ ପାସ୍

ରାଜ୍ୟ

ଭୁବନେଶ୍ୱର: ଆରଆଇ, ଅମିନ ପରୀକ୍ଷା ଫଳ ପ୍ରକାଶ ପାଇଛି। ସବୁ ପରୀକ୍ଷାର୍ଥୀ ପ୍ରିଲିମ୍ ପାସ୍ କରିଛନ୍ତି।ସମସ୍ତ ପରୀକ୍ଷାର୍ଥୀ ପାସ୍ କରିଥିବା ଓଏସଏସଏସସି ସୂଚନା ଦେଇଛି ।
୨୦୨୪ ସେପ୍ଟେମ୍ୱର ୨୦ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ପ୍ରିଲିମ୍ ପରୀକ୍ଷା ହୋଇଥିଲା। ପ୍ରିଲିମନାରୀ ପରୀକ୍ଷା ଦେଇଥିବା ସମସ୍ତ ଆଶାୟୀ ମେନ୍ ପରୀକ୍ଷା ଦେଇପାରିବେ ।
କେବଳ ପ୍ରିଲିମ୍‌ରେ କପି କରି ଧରା ପଡିଥିବା ୯ ଜଣ ମେନ୍ ଦେଇପାରିବେନି ବୋଲି ଓଏସଏସଏସସି ପକ୍ଷରୁ କୁହାଯାଇଛି।
ହେଲେ କେବେ ମେନ୍ ପରୀକ୍ଷା କରାଯିବ ସେନେଇ ଓଏସଏସଏସସି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ମୁଖ୍ୟ ପରୀକ୍ଷା କେବେ‌ ହେବ ସେ ସମ୍ପର୍କରେ ପରେ ସୂଚନା ଦିଆଯିବ ବୋଲି ଓଏସଏସଏସସି ପକ୍ଷରୁ କୁହାଯାଇଛି।

Shrutilipi ad