ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳିତ, ବରପୁତ୍ରଙ୍କୁ ଉଚିତ ସମ୍ମାନ ଦେବା ପାଇଁ ଶପଥ 

ରାଜ୍ୟ
  • ସବୁଠି ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ସ୍ଥଳ ରେ ସଫେଇ ସହିତ ଶ୍ରଦ୍ଧା ସୁମନ ଅର୍ପଣ 
ବାରିପଦା : ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଆମେ ମୟୂରଭଂଜିଆ ର ଆହ୍ୱାନ କ୍ରମେ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏପ୍ରିଲ 21 ତାରିଖରେ ସବୁଠି ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ଏବଂ ଶ୍ରଦ୍ଧା ଓ ଆନ୍ତରିକତାର ସହିତ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳିତ ହୋଇଛି l ଜିଲ୍ଲାର ଚାରି ଗୋଟି ଉପଖଣ୍ଡ ର ବିଭିନ୍ନ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ପରିସର, ପାଠାଗାର ପରିସର ଏବଂ ଛକ ଓ ଗୋଲେଇ ଆଦିରେ ଥିବା ମହାପୁରୁଷ, ବରପୁତ୍ର ଓ ଶହୀଦ ମାନଙ୍କ ପ୍ରତିମୂର୍ତ୍ତି ସ୍ଥଳ କୁ ପରିଷ୍କାର ପରିଚ୍ଛନ୍ନ କରିବା ସହିତ ଭିନ୍ନ ଭିନ୍ନ ପ୍ରତିମୂର୍ତ୍ତିରେ ଗଙ୍ଗା ଜଳ, କ୍ଷୀର ଆଦିରେ ଧୌତ କରା ଯାଇ ସଭକ୍ତି ଶ୍ରଦ୍ଧାସୁମନ ଅର୍ପଣ କରା ଯାଇଛି l ଏହି ଅବସରରେ ବାରିପଦା ସହର ଓ ସହର ଉପକଣ୍ଠରେ ଥିବା ପାଖା ପାଖି 40 ଟି ପ୍ରତିମୂର୍ତ୍ତି ଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ ସହିତ ବରପୁତ୍ର ଙ୍କ ସମ୍ପର୍କରେ ଛାତ୍ର ଛାତ୍ରୀ ଙ୍କୁ ଅବଗତ କରା ଯାଇଛି l ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମହାରାଣୀ ପ୍ରେମ କୁମାରୀ କଲେଜ ଅଫ ନର୍ସିଂ ର ଛାତ୍ର ଛାତ୍ରୀ ମାନେ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ସ୍ଥାନୀୟ କୃଷ୍ଣ ଚନ୍ଦ୍ର ଗୋଲେଇ, ଟ୍ରାଫିକ ଛକ ଦେଇ  ବିଭିନ୍ନ ସ୍ଲୋଗାନ ଦେଇ ପରିବେଶ କୁ ବେଶ ଭାବ ଗମ୍ଭୀର କରିଥିଲେ l ଏହି ଶୋଭାଯାତ୍ରାରେ ମହାରାଣୀ ପ୍ରେମ କୁମାରୀ ଉଚ୍ଚ ବାଳିକା ବିଦ୍ୟାଳୟ ର ଛାତ୍ରୀ ମାନେ ଯୋଗ ଦେଇ ବିଜୁ ପଟ୍ଟନାୟକ ଗୋଲେଇ ଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଥିବା ମହାରାଜା ପୂର୍ଣ୍ଣ ଚନ୍ଦ୍ର ଭଞ୍ଜ ଦେଓ ଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ପହଞ୍ଚି ଥିଲେ l ଜିଲ୍ଲା ପ୍ରଶାସନ ର ଅଧିକାରୀ ଙ୍କ ସମେତ ତମାମ ବୁଦ୍ଧିଜୀବୀ, ଯୁବଗୋଷ୍ଠୀ, ବରିଷ୍ଠ ନାଗରିକ ଓ ବିଭିନ୍ନ ସଂଗଠନ ର କର୍ମ କର୍ତ୍ତା ମାନେ ଏକାଠି ହୋଇ ମହାରାଜା ଙ୍କ ପ୍ରତିମୂର୍ତ୍ତି ସ୍ଥଳ ସଫେଇ ପରେ ପ୍ରତିମୂର୍ତ୍ତି କୁ ଗଙ୍ଗା ଜଳରେ ଗାଧୋଇ ଥିଲେ l ଏହା ପରେ ସମୂହ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାସୁମନ ଓ ଧୂପ ଦୀପ ପ୍ରଦାନ କରା ଯାଇ ଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ ଯୋଗ ଦେଇ ବନ୍ଦେ ବରପୁତ୍ରମ କାର୍ଯ୍ୟକ୍ରମ କୁ ଶୁଭଉଦଘାଟନ କରିଥିଲେ l
କାର୍ଯ୍ୟକ୍ରମ ର ଅଧ୍ୟକ୍ଷ ଅବସର ପ୍ରାପ୍ତ ପୁଲିସ ଅଧିକାରୀ ଦୁର୍ଗା ପ୍ରାସାଦ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବରପୁତ୍ର ବନ୍ଦନା କାର୍ଯ୍ୟକ୍ରମ ରେ  ସମ୍ମାନିତ ଅତିଥି ଭାବେ ପୂର୍ବତନ ପିସି ସିଏଏଫ ତଥା ସେଭ ଏଲିଫେଣ୍ଟ ଫାଉଣ୍ଡେସନ ର ମୁଖ୍ୟ ଡ଼ ଦେବବ୍ରତ ସ୍ୱାଇଁ, ଅତିରିକ୍ତ ଜିଲ୍ଲା ପାଳ ଈଶ୍ୱର ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ଡ଼ ଦୟାସିନ୍ଧୁ ପରିଡା, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଛାୟତ, ସମାଜ ସେବୀ ଡ଼ ଆଦିତ୍ୟ ପେଟଟନାୟକ ପ୍ରମୁଖ ଯୋଗ ଦେଇ ବରପୁତ୍ର ମାନଙ୍କ ସ୍ମୃତି ଚାରଣ କରି ଥିଲେ l ଯେଉଁ ମାନଙ୍କ ତ୍ୟାଗ ତିତିକ୍ଷା ବଳିଦାନ ଓ ସଂଘର୍ଷର ଫଳ ସ୍ୱରୂପ ଆମ ଭାଷା, ସାହିତ୍ୟ, ସମାଜ, ସଂସ୍କୃତି, ଐତିହ୍ୟ, ସର୍ବୋପରି ରାଷ୍ଟ୍ର ସୁରକ୍ଷିତ ଓ ସମୃଦ୍ଧ ହୋଇଛି ସେଇ ଯୋଗ ଜନ୍ମା ବ୍ୟକ୍ତିତ୍ୱ ତଥା ବର ପୁତ୍ର ମାନଙ୍କ ପ୍ରତିମୂର୍ତ୍ତି କୁ ଅଣ ଦେଖା ନ କରି ସଂରକ୍ଷଣ ପାଇଁ ଯତ୍ନ ବାନ ହେବା ସହିତ ଉଚିତ ସମ୍ନାନ ଜଣାଇ ସେମାନଙ୍କ ନୀତି ଆଦର୍ଶର ଗୁଣ ଗାନ କରିବା ପ୍ରତିଟି ବ୍ୟକ୍ତି ବିଶେଷ ର ମୌଳିକ କର୍ତ୍ତ୍ୟବ୍ୟ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ l  ପରେ ପରେ ଭିନ୍ନ ଭିନ୍ନ ସଂଗଠନ ନେତୃତ୍ୱ ରେ ବିଭିନ୍ନ ପ୍ରତିମୂର୍ତ୍ତି ସଫେଇ କରା ଯିବା ସହିତ ଏହାର ସଂରକ୍ଷଣ ଓ ଉଚିତ ସମ୍ମାନ ପ୍ରଦର୍ଶନ ପାଇଁ ଶପଥ ନିଆ ଯାଇଥିଲା l ଏହି ଅବସରରେ ଅଭିରାମ ବେଦ ବେଦାନ୍ତ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା କାନ୍ତ କବି ଲକ୍ଷ୍ମୀ କାନ୍ତ ମହା ପାତ୍ର ଙ୍କ ରଚିତ ମୟୂରଭଞ୍ଜ ଗୀତିକା ଗାନ କରା ଯାଇଥିଲା l ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଆମେ ମୟୂର ଭଂଜିଆ ସଂଗଠନ ର ଆହ୍ୱାନ କ୍ରମେ  ଏପ୍ରିଲ 21 ରେ ସବୁଠି 2017 ମସିହା ରୁ ଦୀର୍ଘ 9 ବର୍ଷ ଧରି ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ ହୋଇ ଆସୁଛି l ଆମେ ମୟୂର ଭଂଜିଆ ର ଅଧ୍ୟକ୍ଷ ସଞ୍ଜୟ କୁମାର ଚୌଧୁରୀ ଙ୍କ ଏହି ଅଭିନଵ ପରି କଳ୍ପନା କୁ ସମସ୍ତେ ଆପଣେଇ ନେଇଥିବାରୁ ଏହା ଏବେ ଏକ ପରମ୍ପରା ଭାବେ ପରିଣତ ହୋଇ ସବୁଠି ପାଳିତ ହେଉଛି l  ଭିତରେ କେବଳ ଗୋଟିଏ ସ୍ଥାନ ରେ ସୀମିତ ନ ରହି ଜିଲ୍ଲା ଡେଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ ହେବା ସହିତ ରାଜ୍ୟ ବାହାରେ ଏବଂ ଦେଶ ବାହାରେ ଏଭଳି ଏକ ସୃଜନ ଶୀଳ କାର୍ଯ୍ୟକ୍ରମ କୁ ଅତ୍ୟନ୍ତ ଶ୍ରଦ୍ଧାର ସହିତ ପାଳନ ପାଇଁ ବୁଦ୍ଧିଜୀବୀ ସଚେତନ ନାଗରିକ ଓ ସଂସ୍କୃତି ପ୍ରେମୀ ମାନେ ଏକାଠି ହୋଇଥିବା ଦେଖିବାକୁ ମିଳିଛି l
Shrutilipi ad