IMG 20260310 WA0265

ବିଶ୍ୱ ମହିଳା ଦିବସ କାର୍ଯ୍ୟକ୍ରମରେ ୩୫୦ ଛାତ୍ରୀଙ୍କ ଯୋଗଦାନ 

ରାଜ୍ୟ
ବାରିପଦା : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗର ଆନୁକୂଲ୍ୟରେ ଆୟୋଜିତ ବିଶ୍ୱ ମହିଳା ଦିବସ ବଡ଼ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I ଏହି ଦିବସ ପାଳନ ଅବସରରେ ଚଳିତ ମାସ ୬ ତାରିଖରୁ ୮ ତାରିଖ ମଧ୍ୟରେ ୩୫୦ ଜଣ ଛାତ୍ରୀଙ୍କୁ ନେଇ ସମୂହ ଯୋଗାସନ, ମିନି ମାରାଥନ ଓ ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ସରପଞ୍ଚ ବୁଧୁରାମ ସିଂହ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଛାତ୍ରୀ ମାନଙ୍କୁ ଆତ୍ମନିର୍ଭରଶୀଳ ହେବା ସହ ନିଜର ସୁରକ୍ଷା ନିମନ୍ତେ ନିଜେ ସଜାଗ ରହିବାକୁ ଆହ୍ୱାନ ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଡଃ ସୁଭାଶିଷ ନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ମନମୋହନ ହେମ୍ବ୍ରମ, ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟାପିକା ଶୁଭଶ୍ରୀ ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବର୍ଣ୍ଣ ଜେନା ଓ ସି ଆର ସି ସି ସନକ କୁମାର ଘୋଷ ଉପସ୍ଥିତ ଥିଲେ I କ୍ରୀଡା ଶିକ୍ଷକ ଧର୍ମେନ୍ଦ୍ର ପଣ୍ଡା, ଖେଲ ଇଣ୍ଡିଆ ସେଣ୍ଟରର କୋଚ ସୁରେଶ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
Shrutilipi ad