Accident 3 1 300x169

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ ଗୁରୁତର

ରାଜ୍ୟ

ବାରିପଦା : ଆଜି ରାତ୍ରୀ ପାଖା ପାଖି ନଅଟା ସମୟରେ ବାରିପଦା ସହର ଦେଇ ଯାଇଥିବା 18 ନମ୍ବର ଜାତୀୟ ରାଜପଥ ର ଦାରୋଗଦାହି ଗୋଲେଇ ଏବଂ ତକତପୁର ଛକ  ମଧ୍ଯରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି l ଖବର ନେବାରୁ ଜଣା ପଡିଅଛି ଯେ ଗୋଟିଏ ବାଇକ ରେ ଦୁଇ ଜଣ ଏବଂ ଅନ୍ୟଗୋଟିଏ ବାଇକରେ ଦୁଇ ଜଣ ଥିଲେ l ଗୋଟିଏ ବାଇକ କୁ ବିପରୀତ ଦିଗରୁ ଅନ୍ୟ ଗୋଟିଏ ବାଇକ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା l ଫଳରେ ଦୁର୍ଘଟଣା ଭୟଙ୍କର ହୋଇଥିଲା l ଦୁର୍ଘଟଣା ଖବର ପାଇ ଆଖ ପାଖର ଲୋକେ ଆସି ଗୁରୁତର ଙ୍କୁ ଆମ୍ବୁଲାନ୍ସ ଯୋଗେ ବାରିପଦା ଡାକ୍ତରଖାନା କୁ ପଠାଇଥିଲେ l ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଦୁର୍ଘଟଣା ର ତଦନ୍ତ କରିବା ସହିତ ମୃତକର ଶବ କୁ ଜବତ କରି ପିଆରଏମ ମେଡିକାଲ କୁ ବ୍ୟବଛେଦ ପାଇଁ ପଠାଇଛି l ତେବେ ମୃତକ ଏବଂ ଗୁରୁତର ଙ୍କ ପରିଚୟ ମିଳିପାରିନାହିଁ l

Shrutilipi ad