ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଜଗନ୍ନାଥ ମିସ୍ତ୍ରୀ ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିତ ୨ୟ ବାର୍ଷିକ ସର୍ବଭାରତୀୟ ଦିବାରାତ୍ର ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ମୟୁରଭଞ୍ଜ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିନର ପ୍ରଥମ ମ୍ୟାଚରେ କିସାନ ବ୍ରଦର୍ସ ଏଫ ସି ୭-୨ ଗୋଲରେ ଏମ ଏସ ସି ବି ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି I କିସାନ ବ୍ରଦର୍ସ ଦଳର ଛଟୁ ମୁର୍ମୁ ୩ଟି ଏବଂ ନୀତେଶ ବାରି, ଛୋଟଲାଲ ମହାନ୍ତ, ରାଜ ପୂର୍ତ୍ତି ଓ ବସ୍ତା ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିବା ବେଳେ ଏମ ଏସ ସି ବି ଦଳର ସୁଶାନ୍ତ ମାଝୀ ଓ ସାଗେନ ବାସ୍କେ ଗୋଟିଏ ଲେଖାଏଁ ଗୋଲ କରିଥିଲେ I ସନ୍ତୋଷ କୁମାର ରାଉତ, ଦିଲ୍ଲୀପ କୁମାର ପ୍ରଧାନ, ଦୀପକ ଖୁଣ୍ଟିଆ ଓ ରାଜୀବ ହେମ୍ବ୍ରମ ଖେଳ ପରିଚାଳନା କରିଥିଲେ I ଖବର ମିଳିବା ସୁଦ୍ଧା ୨ୟ ମ୍ୟାଚ ଷ୍ଟେସନ ବଜାର ଏଫ ସି ଓ ବାବା ପିଲଚୁ ୟୁଥ କ୍ଲବ ମଧ୍ୟରେ ଚାଲିଥିଲା I ଅତିଥି ଭାବେ ମୟୁରଭଞ୍ଜ ସେଣ୍ଟ୍ରାଲ ସମବାୟ ବ୍ୟାଙ୍କର ସଭାପତି ସୁବ୍ରମନିୟମ ମହାନ୍ତି, ଉପ ଜିଲ୍ଲପାଳ ଡଃ ଦୟାସିନ୍ଧୁ ପରିଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ ଗୋଛାୟତ ଓ ଜିଲ୍ଲା କ୍ରୀଡା ଅଧିକାରୀ ଡଃ ସୁଭାଶିଷ ନାୟକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଆୟୋଜନ କମିଟିର ଅଧ୍ୟକ୍ଷ ଅସିତ ବରଣ ପତି, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଜୀବନ କୁମାର ସାହୁ, ସାଧାରଣ ସମ୍ପାଦକ ଅଶୋକ ମିସ୍ତ୍ରୀ, ସାଙ୍ଗଠନିକ ସମ୍ପାଦକ ଅମର କୁମାର ସେଠିଙ୍କ ସମେତ ବରିଷ୍ଠ ସଦସ୍ୟ କୈଳାଶ ବେହେରା, ବିଜୟ କୁମାର ଦାସ, କୁମାର ରଞ୍ଜନ ପଣ୍ଡା, ପ୍ରଦୀପ ମିସ୍ତ୍ରୀ, ବିଶ୍ୱଜିତ ନାୟକ, ବନବିହାରୀ ମତ୍ତଗଜ, ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ I

