IMG 20260308 WA0197

ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ 

ରାଜ୍ୟ
ବାରିପଦା : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ  ର ମିଳିତ ଅନୁକୂଲ୍ୟରେ ଆଜି ସ୍ଥାନୀୟ ଶହୀଦସ୍ମୃତି ଭଵନ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ  ପାଳିତ ହୋଇଯାଇଅଛି  I ଉକ୍ତ  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ ଓ ସIରସକଣା ବିଧାୟକ ଶ୍ରୀ ଭାଦବ ହାଁସଦା ପ୍ରମୁଖ ଉପସ୍ଥିତ ହୋଇ ନାରୀ ଶକ୍ତି ଓ ସୁଭଦ୍ରା ଶକ୍ତି ର ଅନନ୍ୟ ଅନ୍ତର୍ନିହିତ ଗୁଣ ସମ୍ପର୍କରେ ଆଲୋକପାତ କରିଥିଲେ I ଏହି ଅବସରରେ  ଚାରି ଜଣ ପ୍ରତିଭା ଶାଳୀ ମହିଳା ଯଥା – ୧. ଶ୍ରୀମତୀ ଅଞ୍ଜଳି ମିଶ୍ର ( ରେଡ଼ିଓ ଓ ଦୂରଦର୍ଶନ ଦ୍ୱାରା ସ୍ୱୀକୃତ ପ୍ରାପ୍ତ  ଟପ୍ପ ଗ୍ରେଡ଼  ଗାୟିକା ) ୨. ଶ୍ରୀମତୀ ଲକ୍ଷ୍ମୀ ଜେନା ( ଶ୍ମଶାନରେ ଶବ ସତ୍କାର କରୁଥିବା ଜଣେ ସାହସୀ ମହିଳା ) ୩. ଶ୍ରୀମତୀ ଲକ୍ଷ୍ମୀ ପ୍ରିୟା ବେହେରା ( ବର୍ଜ୍ୟବସ୍ତୁ ଗାଡି ଚାଳକ ) ୪. ଶ୍ରୀମତୀ ବାହା ହେମ୍ବ୍ରମ ( ରାଜ ମିସ୍ତ୍ରୀ ) ଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ I ଏଥି ସହିତ ବିଭିନ୍ନ ପ୍ରକଳ୍ପର ଶ୍ରେଷ୍ଠ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ  , ଶ୍ରେଷ୍ଠ ସୁପରଭାଇଜର , ଶ୍ରେଷ୍ଠ ଅଙ୍ଗନବାଡି କର୍ମୀ ଓ ଶ୍ରେଷ୍ଠ ଅଙ୍ଗନବାଡି ସହକର୍ମୀ ଙ୍କ ସମେତ  ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରୀ, ଅଙ୍ଗନବାଡି କର୍ମୀ ଓ ସହକର୍ମୀ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା I କାର୍ଯ୍ୟକ୍ରମରେ  ଉତ୍କଳ ବାଳାଶ୍ରମ , ଶକ୍ତି ସଦନ ଅନ୍ତେବାସୀ ଗଣ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୬୦୦ରୁ ଉର୍ଦ୍ଧ୍ୱ ମହିଳା ଯୋଗଦାନ କରିଥିଲେ I ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥବା ୮୫ ଜଣ ବିଭାଗୀୟ ଅଧିକାରୀ ଏବଂ ସ୍କୁଲ ଛାତ୍ର ଛାତ୍ରୀ  ଙ୍କୁ ସମ୍ମାନିତ କରାଯାଇଥିଲ ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ, ମୁଖ୍ୟ ଉନ୍ନୟନ ଅଧକାରୀ (ଜିଲ୍ଲା ପରିଷଦ) ଶ୍ରୀ ଧର୍ମାନନ୍ଦ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନିହାରିକା ମହାନ୍ତି, ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ବୁରୁଡ଼ା, ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ମହାନ୍ତି  ପ୍ରମୁଖ  ମଞ୍ଚାସୀନ ଥିଲେ । ସଭା ମଞ୍ଚକୁ  ବାରିପଦା ଉପଖଣ୍ଡ କାର୍ଯ୍ୟକାରୀ ଅଧିକାରୀ ଶ୍ରୀମତୀ ମିନତୀ ସାହୁ ସଂଚାଳନ କରିଥିଲେ I ସର୍ବ ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ ଉପସ୍ଥିତ  ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I
Shrutilipi ad