IMG 20260307 WA0213

ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ 

ରାଜ୍ୟ
  • ଅଂଶୁଘାତ ଜନିତ ମୃତ୍ୟୁ ଘଟିଲେ ତୁରନ୍ତ ରିପୋର୍ଟ ଦେବାକୁ ତହସିଲଦାର ଓ ବିଡ଼ିଓଙ୍କୁ ପରାମର୍ଶ ଦେଲେ ଜିଲ୍ଲାପାଳ
ବାରିପଦା : ଗ୍ରୀଷ୍ମ ପ୍ରଭାବର ଭୟାବହତା ଓ  ତାର ସଠିକ ମୁକାବିଲା ନେଇ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ  ହେମକାନ୍ତ ସଏ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ୟାଳୟସ୍ଥିତ  ସମ୍ମିଳନୀ କକ୍ଷଠାରେ   ଅନୁଷ୍ଠିତ ହୋଇଯାଇଛି I ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମ ପ୍ରଭାହ ଓ ଅଂଶୁଘାତର ଯଥେଷ୍ଟ ସମ୍ଭାବନା ରହିଛି ଏବଂ ଏ ସମ୍ଭନ୍ଧୀୟ କୌଣସି ପ୍ରକାର ସଂଭାବ୍ୟ ପରିସ୍ଥିତିକୁ କିଭଳି ଉପଯୁକ୍ତ ଭାବେ ମୁକବିଲା କରାଯାଇ ପାରିବ ତା ଉପରେ ବିସ୍ତୃତ ଭାବେ ସମସ୍ତ ଉପ ଜିଲ୍ଲାପାଳ , ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ବିଭାଗୀୟ ଅଧିକାରୀମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେI ମାର୍ଚ୍ଚ ମାସ ପ୍ରାରମ୍ଭରୁ ଗ୍ରୀଷ୍ମ ପ୍ରଭାହ ଅନୁଭବ ହେଉଥିବା ସେ ପ୍ରକାଶ କରିଥିଲେ ଓ ଆଗକୁ ଏହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ସେ ଆଶଙ୍କା କରିବା ସହିତ ଏହା ମଣିଷ ଓ ପଶୁପକ୍ଷୀ  ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କରିବ ବୋଲି ସେ କହିଥିଲେ I ଏହି ଅବସରରେ ସେ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଚୁର ପରିମାଣରେ  ଔଷଧ, ଓ ଆର ଏସ ସହିତ ସମସ୍ତ ସୁବିଧା ଥାଇ ସ୍ଵତନ୍ତ୍ର  ଅଂଶୁଘାତ ପ୍ରୋକୋଷ୍ଟ ଜିଲ୍ଲା ମୁଖ୍ୟାଳୟ ସହିତ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆଦିରେ ଆଶୁ ଚିକିତ୍ସାର  ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ I ସେହିପରି ପ୍ରତ୍ୟକ ବ୍ଲକ, ପୌର ପରିଷଦ,ଏନଏସି ଗୁଡିକରେ ଜଳଛତ୍ର ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ଵ ଦେବାକୁ ସମସ୍ତ ବିଡିଓ ଓ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ହାଟଗୁଡ଼ିକ ୧୧ ଟାରୂ ୩ଟା  ମଧ୍ୟରେ ବନ୍ଦ କରାଯିବାକୁ କହିଥିଲେ I ବିଶେଷତଃ ପିକ ଆୱାର ସମୟରେ ଯାନବାହାନ ଚଳାଚଳ ଉପରେ ରୋକ ଲଗାଇବା, ଯାତ୍ରୀମାନଙ୍କ ସୁବିଧା ପାଇଁ ବସ ଗୁଡିକରେ ପ୍ରଚୁର ପରିମାଣରେ ପାଣି, ଓଆରଏସ ଓ ପ୍ରାଥମିକ ବକ୍ସ ରଖାଯିବାର ଯେମିତି ବ୍ୟବସ୍ଥା କରାଯାଏ ତାହା ଦୃଷ୍ଟି ଦେବାକୁ ଆର ଟି ଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ I ଅଂଶୁଘାତ ସମୟରେ କାହାର ମୃତ୍ୟୁ ଘଟିଲେ ତାର ତୁରନ୍ତ ରିପୋର୍ଟ ଦେବାକୁ ତହସିଲଦାର ଓ ବିଡିଓ ମାନଙ୍କୁ ପରାମର୍ଶ ଦେଇଥିଲେ I ସେହିପରି ପ୍ରତ୍ଯେକ ବ୍ଲକ, ତହସିଲ, ପୌରପରିଷଦ, ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଭଳି ବିଭାଗଗୁଡିକୁ     ୨୪ ×୭  ନିୟନ୍ତ୍ରଣ କକ୍ଷ୍ୟ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ I  ସମସ୍ତ କୂଅ ଓ ନଳକୂଅ ଗୁଡିକର ମରାମତି ସହିତ ଜଳର ଅଭାବ ଥିବା ଅଞ୍ଚଳଗୁଡିକରେ ଟ୍ୟାଙ୍କର ଯୋଗେ ପାଣିର ବ୍ୟବସ୍ଥା କରିବାକୁ ଆର ଡବ୍ଲୁ ଏସ ଏସ ଓ ୱାଟକୋ କୁ ନିର୍ଦ୍ଦେଶ ଦେଇଥିଲେ I ସେହିପରି ପୌର ପରିଷଦ ଗୁଡିକରେ ବୁଲା ଜୀବଜନ୍ତୁ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ I ବ୍ୟାପକ ପରିମାଣରେ ଅଂଶୁଘାତ ସଚେତନତା ସୃଷ୍ଟି ନିମନ୍ତେ ଡିଆଇପିଆରଓ ଏବଂ ଜିଲ୍ଲା ଜରୁରୀକାଳିନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ I ପିକ ଆୱାର ସମୟରେ ସରକାରୀ ବିଲଡିଙ୍ଗଗୁଡିକୁ ନିରାଶ୍ରୟ ଲୋକଙ୍କ ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରିବାକୁ ସମସ୍ତ ବିଡିଓ, ତହସିଲଦାର ଓ  କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ  ପରାମର୍ଶ ଦେଇଥିଲେ I ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ହଷ୍ଟେଲ, ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ସକାଳୁଆ କରାଯିବା ସହିତ ଶିକ୍ଷା କେନ୍ଦ୍ର ଗୁଡିକରେ ପିଇବା ପାଣି,  ଓ ଆର ଏସ ଏବଂ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା କରିବାକୁ ଡ଼ିଇଓ, ଡ଼ିଏସ ଡବ୍ଲୁ ଓ, ଡ଼ି ଡବ୍ଲୁ ଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ I ଠିକ ସେଇପରି ବିଗତ ବର୍ଷର ଘୁର୍ଣିବାତ୍ୟା ଓ କାଳବୈଶାଖୀର ଭୟାବହତା ପରି ଚଳିତ ବର୍ଷ ମଧ୍ୟ ଏହିପରି ବିପଦ ପ୍ରତି ସଜାଗ ଓ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ I ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ଇଶ୍ଵର ଚନ୍ଦ୍ର ନାଏକ, ଜିଲ୍ଲା  ଜରୁରିକାଳୀନ ବିଭାଗର ଡେପୁଟୀ କଲେକ୍ଟର ଶ୍ରଦ୍ଧା  ସୁମନ,  ସମସ୍ତ ସବ- କଲେକ୍ଟର, ବିଡିଓ, ତହସିଲଦାର ତଥା ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ I ଜିଲ୍ଲା  ଜରୁରୀକାଳିନ ବିଭାଗର ଡ଼ି ପି ଓ ଜଗବନ୍ଧୁ ମହାନ୍ତି ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I
Shrutilipi ad