Dead body 300x173

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ରାଜ୍ୟ

ବାରିପଦା : ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଅଛି l ଏହି ଘଟଣା ଘଟିଅଛି ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଦିଗାରୀ ଅସ୍ତିଆ ଗ୍ରାମରେ l ମୃତକ ଜଣକ ହେଲେ ଉକ୍ତ ଗ୍ରାମର ବଂଶୀଧର ଗିରି (60) l ଗତକାଲି ବଂଶୀଧର ନିଜ କ୍ଷେତକୁ ପରିବା ତୋଳିବା ପାଇଁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ l ତେଣୁ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବାର ସ୍ଥାନୀୟ ଲୋକେ    ଅଭିଯୋଗ କରିବା ସହ ତାଙ୍କ ପିରିବାର ଲୋକଙ୍କୁ କ୍ଷତିପୁରଣ ପ୍ରଦାନ କରିବା  ଏବଂ ବନବିଭାଗ ପକ୍ଷରୁ ହାତୀମାନଙ୍କୁ ଉକ୍ତ ଅଞ୍ଚଳରୁ ଘୋଉଡାଇବା ଦାବୀ କୁ ନେଇ ଶବକୁ କୁ ରଖି କୁଳିଅଣା ଛକ ଦେଇ ଯାଇଥିବା ଜାତୀୟ ରାଜପଥ କୁ ଦୀର୍ଘ ସମୟ ଧରି ଟାୟାର ଜାଳି ଅବରୋଧ କରିଥିଲେ l ଖବର ପାଇ ବାରିପଦା ସଦର ଏସଡିପିଅ ପ୍ରଭାତ ମଲିକ ଙ୍କ ସମେତ କୁଳିଅଣା ଥାନା ଅଧିକାରୀ ଏବଂ ଅନ୍ୟ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ରୋକ ଉଠିଥିଲା l ସୂଚନା ଯୋଗ୍ୟକି ଉକ୍ତ ଅଞ୍ଚଳରେ ଏକ ପାଞ୍ଚ ଟିକିଆ ହାତୀପୋଲ କିଛିଦିନ ଧରି ଆତଙ୍କ ଖେଳାଉଛନ୍ତି l ଲୋକମାନଙ୍କର ପରିବା କ୍ଷେତ ରେ ପଶି ଅନେକ କ୍ଷୟକ୍ଷତି ମଧ୍ଯ କରୁଛନ୍ତି l ମାତ୍ର ବନବିଭାଗ ହାତୀପୋଲ କୁ ଘୋଉଡାଇବାରେ ବିଫଳ ହୋଇଛନ୍ତି l ଫଳରେ ଆଜି ଏହିଭଳି ଏକ ଦୁଃଖଦ ଘଟଣା ଘଟିଲା ବୋଲି  ଗ୍ରାମବାସୀ ପ୍ରକାଶ କରିଛନ୍ତି l

Shrutilipi ad