IMG 20260305 WA0065

ପରିକ୍ରମା ପକ୍ଷରୁ ବସନ୍ତ ଉତ୍ସବ ‘ରଙ୍ଗ – ରଙ୍ଗୋଲି’

ରାଜ୍ୟ
  • କାର୍ତ୍ତିକ ପରିଚ୍ଛାଙ୍କୁ ପ୍ରତିବେଶୀ ଗୌରବ ସମ୍ମାନ 
ବାରିପଦା : ଅଗ୍ରଣୀ ସାମାଜିକ – ସାଂସ୍କୃତିକ ଅନୁଷ୍ଠାନ  ପରିକ୍ରମା ପକ୍ଷରୁ ରଙ୍ଗ ଆନନ୍ଦ ମିଳନ ଭାଇଚାରାର ଅନନ୍ୟ ପର୍ବ ହୋଲି ଅବସରରେ  କୁଚେଇବୁଢୀ ଦୁର୍ଗା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି ବସନ୍ତ ମହୋତ୍ସବ “ରଙ୍ଗ -ରଙ୍ଗୋଲି l   ଅନୁଷ୍ଠାନର ଅଧ୍ୟକ୍ଷ ଈଶାନ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମହୋତ୍ସବରେ  ବରେଣ୍ୟ ଅତିଥିଭାବେ ବିଶିଷ୍ଟ ଉଦ୍ୟୋଗପତି ଜଗଦୀଶ ମିଶ୍ରା, ସମାଜସେବୀ, ଚିନ୍ତକ ଓ ସଂସ୍କୃତିପ୍ରେମୀ ପ୍ରସନ୍ନ ସାହୁ, ପୂର୍ବତନ ବିଧାୟକ ସାଇବା ସୁଶୀଲ କୁମାର ହାଁସଦା, ଶ୍ୟାମ ଚରଣ ହାଁସଦା,  ବାର ଆସୋସିଏସନ ସଭାପତି ଅକ୍ଷୟ ମହାନ୍ତି ପ୍ରମୁଖ ଯୋଗଦେଇ ରାସାୟନିକ ରଙ୍ଗକୁ ବର୍ଜନ କରି ଜୈବିକ ରଙ୍ଗରେ ହୋଲି ଖେଳି ଭାଇଚାରାର ଅନନ୍ୟ ପରମ୍ପରାକୁ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ. ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ମନୋଜ ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ  ସମ୍ପାଦକ ସୁବାସ ମଣ୍ଡଳ ମଂଚ ପରିଚାଳନା କରି ଥିଲେ. ଏହି ଅବସରରେ ଵିଛିନ୍ନା ଅଂଚଳ ଷଢ଼େଇକଳାର ଓଡ଼ିଆ ଭାଷା ସୁରକ୍ଷାର ଅଗ୍ରଣୀ କର୍ମୀ, ସାମ୍ବାଦିକ ଓ ସ୍ତମ୍ଭକାର କାର୍ତ୍ତିକ ପରିଚ୍ଛା ଙ୍କୁ  , ପ୍ରତିବେଶୀ ଗୌରବ ସମ୍ମାନ ପ୍ରଦାନ  କରାଯାଇଥିବା ବେଳେ ବିଶିଷ୍ଟ ଶିକ୍ଷାବିତ ତଥା ସାରସ୍ୱତ ସାଧକ ଡ଼. ଭାଗବତ ଲେଙ୍କାଙ୍କୁ ଶିକ୍ଷାବିତ ଅନନ୍ତ ମିଶ୍ର ସ୍ମୃତି ସମ୍ମାନ, ସାମାଜିକ କର୍ମୀ ଦୁଷ୍ମନ୍ତ ଦାସଙ୍କୁ ଦ୍ରୁପଦ ଚନ୍ଦ୍ର ଡଗରା ସ୍ମୃତି ସମ୍ମାନ, ଲୋକପ୍ରିୟ କଣ୍ଠଶିଳ୍ପୀ ପୁଷ୍ପା ପଣ୍ଡାଙ୍କୁ ଗୀତିକବି ଜିତେନ୍ଦ୍ର ପଟ୍ଟନାୟକ ସ୍ମୃତି ସମ୍ମାନ, ବିଶିଷ୍ଟ ଲୋକଗୀତ କଣ୍ଠଶିଳ୍ପୀ ଦେବକୀ ମହାନ୍ତଙ୍କୁ ଝୁମର ବିଶାରଦ ଗିରୀଶ ଚନ୍ଦ୍ର ମହାନ୍ତ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା. ସମାରୋହ ର ପ୍ରଥମ ଅଧିବେଶନ ଥିଲା କବିତା ଆସର,” ଫଗୁଣର ଫଗୁ “. ଏଥିରେ ବହୁ ନୂତନ ଓ ପୁରାତନ କବି କବୟିତ୍ରୀ ନିଜର ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ଏହାକୁ କବି ଦିଗମ୍ବର ଗିରି ସଂଯୋଜନା କରିଥିବା ବେଳେ ଅତିଥିଭାବେ ସଚିକାନ୍ତ କର, ଲଳିତ ମହାନ୍ତ ଓ ରମେଶ୍ୱରୀ ପଟ୍ଟନାୟକ ମଂଚାସୀନ ଥିଲେ.  ଦ୍ୱିତୀୟ ଅଧିବେଶନରେ ବିଶିଷ୍ଟ କୁଇଜ଼ ମାଷ୍ଟର ଚନ୍ଦ୍ର ବିଜୟୀ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ କୁଇଜ଼ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିଲା. ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାସୁଦେବ ବରାଳ ଙ୍କ ନିର୍ଦ୍ଦେଶନାରେ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା. ସମାରୋହକୁ ରଞ୍ଜନ ନନ୍ଦ ସଂଯୋଜନା କରିଥିଲେ. ସମସ୍ତ ଅତିଥି ଓ ଶୁଭେଛୁ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରୀତି ଉପହାର ପ୍ରଦାନ କରାଯାଇଥିଲା. ଶେଷରେ ଭୁବନେଶ୍ୱର ବିଶିଷ୍ଟ କଣ୍ଠଶିଳ୍ପୀ ପୁଷ୍ପା ପଣ୍ଡା, ରାଜା ଓ ଜାମସେଦପୁର ର ସପନ ଦାଦା ଗୀତ ପରିବେଷଣ କରିଥିବା ବେଳେ ବାଦ୍ୟ ଯନ୍ତ୍ରରେ ଚିନ୍ତାମଣି, ବାପି, ସୁରେଶ, ବସନ୍ତ ସହଯୋଗ କରିଥିଲେ.
Shrutilipi ad