ବାରିପଦା : ରାଇରଙ୍ଗପୁର ରେଳ ଷ୍ଟେସନକୁ ଅମୃତ ରେଳ ଷ୍ଟେସନରେ ମାନ୍ୟତା ଦେବା ସହ ପ୍ରଗତି ଜୋରଦାର ଚାଲିଛି ।କିନ୍ତୁ ରେଳ ଷ୍ଟେସନର ଅନତି ଦୂରରେ ଇଚିଣ୍ଡା ରେଳ ଫାଟକ ଅଛି ହେଲେ ଗେଟ୍ ନାହିଁ ।ରେଳବାଇ ଅଧିକାରୀ ଇଚିଣ୍ଡା ଫାଟକକୁ ଗୁରୁତ୍ଵ ଦେଉ ନାହାନ୍ତି ।ଏହି ଫାଟକ ରାଇରଙ୍ଗପୁର ସହର ସମେତ ୫/୧୦ ଟି ଗ୍ରାମ ପଞ୍ଚାୟତ ଲୋକେ ଗମନାଗମନ କରିଥାନ୍ତି । ଯାହାଫଳରେ ରେଳ ଚଳାଚଳ ବିଷୟରେ ଜାଣି ନ ପାରି ବହୁ ସମୟରେ ଲୋକେ ଟ୍ରେନ ଦୁର୍ଘଟଣାରେ ଶୀକାର ହେଉଛନ୍ତି । ହେଲେ ରେଳ ବିଭାଗର ଦାୟିତ୍ବହୀନତା ଯୋଗୁଁ ସେହିଫାଟକରେ ଗେଟ୍ ବସା ଯାଉନାହିଁ ।ସାଧାରଣ ଲୋକେ ଫାଟକ ମୁକୁଳା ଥିବାରୁ ଟ୍ରେନ ଯାତାୟାତ ଜାଣି ନ ପାରି ଯିବା ଆସିବା କରିଥାନ୍ତି ।ଯାହା ଫଳରେ ଟ୍ରେନ ଦୁର୍ଘଟଣାରେ ପଡିଥାନ୍ତି l ଗତକାଲି ଅପରାହ୍ନ ୪ ଘଟିକା ସମୟରେ ବାଦାମପାହାଡ଼ରୁ ଟାଟାନଗର ଅଭିମୁଖେ ଆସୁଥିବା ପେସେଞ୍ଜର ଟ୍ରେନ ରାଇରଙ୍ଗପୁର ଇଚିଣ୍ଡା ଫାଟକ ନିକଟରେ ବାଇକରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେବା ଫଳରେ ସିଏ ଗୁରୁତର ହୋଇଥିଲେ ।ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ତାଙ୍କୁ ଅଟୋ ସହାୟତାରେ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲେ ।ସୂଚନାଯୋଗ୍ୟ ରାଇରଙ୍ଗପୁର ଟାଉନ ଥାନା କର୍ମଚାରୀ ଭରତ ବାସ୍କେ (୪୮) ବାଇକରେ ଟ୍ରେନ ଲାଇନ ପାରାଉଥିବା ସମୟରେ ବାଇକର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବାଇକର ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା । ସେହି ସମୟରେ ଟ୍ରେନ ଟି ଧକ୍କା ଦେବା ଫଳରେ ଛିଟିକି ପଡ଼ିଥିଲେ ।ତାଙ୍କର ମଥାରେ ମାଡ଼ ହେବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା ।ଖବର ପାଇ ରାଇରଙ୍ଗପୁର ଏସଡିପିଓ ଵୀରେନ୍ଦ୍ର ସେନାପତି ଘଟଣାର ହାଲଚାଲ ଵୁଝିବୁଝି ସହ ଭରତଙ୍କ ଚିକିତ୍ସା ପାଇଁ ସମସ୍ତ ଵ୍ଯବସ୍ଥା କରିଛନ୍ତି ।ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବାରିପଦା ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ।
ଏହି ଘଟଣା କୁ ନେଇ ତୁରନ୍ତ ଇଚିଣ୍ଡା ଫାଟକରେ ଗେଟ୍ ବସାଇବା ପାଇଁ ସାଧାରଣରେ ଦାଵୀ ହେଉଅଛି ।

