ବାରିପଦା : ମାନବିକତା ଥାଇ ସମାଜରେ ସତ୍ କର୍ମ ପାଇଁ ପ୍ରାଣୀ ଶ୍ରେଷ୍ଠ ମନୁଷ୍ୟର ଜନ୍ମ। ସତକର୍ମ ହେଉଛି ପ୍ରଜ୍ଞାର ଶଂଖନାଦ,ଦୁସ୍ଥ ମୁହଁରେ ହସ, ଧନ ଆହରଣ ସହ ପରହିତ ଲାଗି ଦାନ। ବିଶ୍ଵ ସମୁଦାୟକୁ ପ୍ରଥମ ଜୟ ସନ୍ଥ ଜୟ ସମାଜର ସ୍ଲୋଗାନ ଦେଇ ସଦ୍ଭାବନା ସମିତି ସ୍ଥାନୀୟ ଗୋପବନ୍ଧୁ ଭବନଠାରେ ୫୬୧ତମ ନିଆରା ମାସିକ ସନ୍ଥ ଦିବସ ପାଳନ କରିଛି । ସଦସ୍ୟ ସନ୍ଦୀପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ପାଳିତ ଉତ୍ସବରେ ଶ୍ରୀଚୈତନ୍ୟଙ୍କ ବାଣୀ ‘ନିଶ୍ୱାସକୁ ବିଶ୍ଵାସ ନ କରି ନାମାଶ୍ରୟୀ କର୍ମଲୋକରେ ଯାତନାର ଜତୁଗୃହରେ ଥାଇବି ଭୂମିରେ ଭୂମା ପ୍ରସଙ୍ଗ ରଖାଯାଇଥିଲା। ସମିତିର ପ୍ରତିଷ୍ଠାତା ଧର୍ମରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ଯାହାର ଜୀବନ ଧର୍ମରୁ ଅଗାଡି ବାଛିବା ସମ ସେ ଖଳ ମଣିଷ ଠାରୁ ଦୂରରେ ରହି ଭୂମିରେ ଭୂମା ବକ୍ତବ୍ୟ ରଖିଥିଲେ। ଆଲୋଚନାରେ ଡ ବିଜୟ କୁମାର ଅଗରୱାଲା, ପଣ୍ଡିତ ଭାଗବତ୍ ପଣ୍ଡା, ଗାୟତ୍ରୀ ପରିବାରର ଗଗନ ବିହାରୀ ବେହେରା, ସତ୍ୟସାଇ ସେବା ସଂସ୍ଥାନର ପଞ୍ଚାନନ ବେହେରା, ଡ କୁଞ୍ଜବନ ପୃଷ୍ଟି, ଅଧ୍ୟାପକ ସୁନୀଲ କୁମାର ଜେନା, ଅଶୋକ କୁମାର ପଲେଇ, ସନ୍ଧ୍ୟାରାଣୀ ପଣ୍ଡା, ଅଜିତ୍ କୁମାର କବାଟ, ନନ୍ଦ କୁମାର ମହାପାତ୍ର, ପୁଲିସ୍ ଅଧିକାରୀ ଶୁଶାନ୍ତ କୁମାର ବେହେରା, ଡ ଶଶଧର ବିଶ୍ୱାଳ, କୈବଲ୍ୟ ମହାପାତ୍ର ପ୍ରମୁଖ ମଣିଷ ମାତ୍ରେ ଇଶ୍ଵର ଦତ୍ତ ସ୍ବାଧୀନତାର ଯେ ଦୁରୂପୋଯୋଗ କରି ସ୍ୱାଭିମାନ ହରାଏ ସେ ଭଣ୍ଡ, ପାଷାଣ୍ଡ, ପାଖଣ୍ଡ ଭିତରେ ଗଣାଯାଏ ବୋଲି ମନ୍ତବ୍ୟ ରଖିଥିଲେ। ସଭା ପ୍ରାରମ୍ଭରେ ଏ ମାସରେ ଆବିର୍ଭାବ ଶ୍ରୀଚୈତନ୍ୟ, ରମଣ ତୀର୍ଥ ମହାରାଜାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ସମ୍ପାଦକ ମାନସ ରଞ୍ଜନ ମହାପାତ୍ର ଧନ୍ୟବାଦ ଦେଇ ଆଗାମୀ ଅପ୍ରେଲ ୧ ତାରିଖ ୪୭ତମ ମାନବ ଧର୍ମ ସମ୍ମିଳନୀକୁ ନିମନ୍ତ୍ରଣ କରିଥିଲେ।

