ବାରିପଦା: ଦ୍ଵିତୀୟ ଶ୍ରୀକ୍ଷେତ୍ର ଅଧିପତି ଶ୍ରୀ ଶ୍ରୀ ହରିବଳଦେବ ଜୀଉ( ବଡ଼ଜଗନ୍ନାଥ ) ମନ୍ଦିର ସମ୍ମୁଖରେ ଥିବା ଗରୁଡ଼ ସ୍ତମ୍ଭ ନିକଟରେ ସୋମବାର ସନ୍ଧ୍ୟାରେ ଆମେ ମୟୂରଭଞ୍ଜିଆ ପକ୍ଷରୁ ହୋଲି ଉତ୍ସବ ପାଳିତ ହୋଇଯାଇଛି l ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସଂଗଠନର ସଦସ୍ୟମାନେ ବଡ଼ଜଗନ୍ନାଥ ମନ୍ଦିରରେ ଉପସ୍ଥିତ ରହି ସମୂହ ଦୀପ ଦାନ ସହିତ ମହାପ୍ରଭୁଙ୍କ ଠାରେ ପୂଜା ଅର୍ଚ୍ଚନା ପୂର୍ବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଅବିର ଲାଗି ପାଇଁ ସମର୍ପଣ କରିଥିଲେ l ଏହା ପରେ ସନ୍ଧ୍ୟା ଆଳତୀ ଦର୍ଶନ ଓ ଭଜନ କୀର୍ତ୍ତନରେ ସାମିଲ ହେବା ସହିତ ମନ୍ଦିର ସମ୍ମୁଖରେ ରଙ୍ଗ ଅବିର ପରସ୍ପର କୁ ବୋଳି ସମ୍ମାନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ l ଭାରତୀୟ ପରମ୍ପରା ଓ ହିନ୍ଦୁ ଧର୍ମର ଏହି ପବିତ୍ର ସଂସ୍କୃତି ରଙ୍ଗର ପର୍ବ ହୋଲି କୁ ଭାଇଚାରା ଓ କଳାର ସହର ବାରିପଦାରେ ଆମେ ମୟୂରଭଞ୍ଜିଆ ପକ୍ଷରୁ କେବଳ ହର୍ଷଉଲ୍ଲାସରେ ପାଳନ ହୁଏନି ବରଂ ଆମ ପରମ୍ପରା ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିବାକୁ ସଂକଳ୍ପ ନିଆ ଯାଏ l ରଙ୍ଗର ପର୍ବ ହୋଲିକୁ ମର୍ଯ୍ୟାଦାର ସହ ପାଳନ କରିବାକୁ ଏଥିରେ କୌଣସି ଅପସଂସ୍କୃତି ପ୍ରବେଶ କରାଇ ନ ଦେବାକୁ ସଂଗଠନ ପକ୍ଷରୁ ନିବେଦନ କରା ଯାଇଛି l
ଆମେ ମୟୂରଭଂଜିଆ ପକ୍ଷରୁ ପାଳିତ ଏହି ହୋଲି ଉତ୍ସବରେ ହରିହର ଦାସ, ସନ୍ତୋଷ କୁମାର କାସ୍ତ, ରଜନୀ ବାରିକ, ବୈଜୟନ୍ତୀ ମାଲା ପାଲ, ଭଗବତୀ ଦାଶ, ଅଚ୍ୟୁତ ମହାପାତ୍ର, ଅଶୋକ କୁମାର ମଣ୍ଡଳ, ସାଇ ପ୍ରକାଶ ମହାନ୍ତି, ପ୍ରଣତି ପଟ୍ଟନାୟକ, ଦର୍ଶନା ଭଞ୍ଜ ଦେଓ, ବର୍ଷା ପ୍ରଧାନ, ଶୁଭମ ମାଇତି, ହିମାଦ୍ରୀ ତନୟା ଚୌଧୁରୀ, ରେଣୁ ବାଳା ରଥ, ଚନ୍ଦନ ଶେଜପଡା, ଦୀନେଶ ଶେଜପଡା ଗୀତାଞ୍ଜଳି କାନୁନଗୋ, ଆରିକା ମହାପାତ୍ର, ଶ୍ରାବଣୀ ଦାସ, ପାର୍ଥସାରଥୀ ମହାପାତ୍ର, ଦୀପକ ଭଞ୍ଜ, ସଞ୍ଜୟ କୁମାର ଚୌଧୁରୀଙ୍କ ସମେତ ଅନ୍ୟମାନେ ସାମିଲ ହୋଇ ପରସ୍ପରକୁ ଅଭିର ବୋଳି ଶୁଭେଚ୍ଛା ଜଣାଇଥିଲେ l

