IMG 20260302 WA0217

କୁଡୁମୀ ଅଧିକାର ମହାରାଲି

ରାଜ୍ୟ
ବାରିପଦା : କୁଡୁମୀ ମାନଙ୍କ ବିରୋଧ ରେ  ୭୫ ବର୍ଷ ପୂର୍ବ ରୁ ହେଇଥିବା ଅନ୍ୟାୟ ବିରୋଧରେ  ଶୀତଲ ଆହେଦାରଙ୍କ ନେତୃତ୍ୱରେ ରାଞ୍ଚିର ପ୍ରଭାତ ତାରା ମୈଦାନରେ ଲକ୍ଷାଧିକ ଲୋକଙ୍କ ମହାସମାଗମ ରେ କୁଡୁମୀ ଅଧିକାର ମହାରାଲି ଅନୁଷ୍ଠିତ ହେଇଯାଇଛି | ଏହି ରାଲି ରେ ଓଡିଶା, ବେଙ୍ଗଲ, ବିହାର ରୁ ସବୁ କୁଡୁମୀ ସମ୍ପ୍ରଦାୟ ର ଲୋକ ଯୋଗ ଦାନ କରିଥିଲେ | ଓଡିଶା ରୁ କୁଡୁମୀ ସେନା ପ୍ରତିଷ୍ଠାତା ସଭାପତି ଜୈମୁନୀ କୁମାର ମହାନ୍ତ ଙ୍କ ନେତୃତ୍ୱ ରେ ଓଡିଶା ରୁ ମଧ୍ୟ ହଜାର ହଜାର କୁଡୁମୀ ସମ୍ପ୍ରଦାୟ ର ଲୋକ ଏହି ରାଲି ରେ ଭାଗ ନେଇଥିଲେ | ଜୈମୁନୀ ମହାନ୍ତ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟ ରେ  କୁଡୁମୀ ଜାତିକୁ କିପରି ଅନୁସୂଚିତ ଜାତି ମାନ୍ୟତା ମିଳିବ ଓ କୁଡୁମାଲୀ  ଭାଷାକୁ କିପରି ଅଷ୍ଟମ ପରିଚ୍ଛେଦ ମାନ୍ୟତା ମିଳିବ ସେ ବାବଦ ରେ ଆଲୋଚନା କରି ଆନ୍ଦୋଳନ କୁ କିପରି ଆହୁରି ତୀବ୍ର ରୂପ ରେଖା ଦିଆଯିବ ସେ କଥା କହିଥିଲେ | ଅନ୍ୟ ମାନଙ୍କ ମଧ୍ୟ ରେ ଓଡିଶା ରୁ କୁଡୁମୀ ସେନା ର ସାଇରାମ ମହାନ୍ତ, ବିଶ୍ୱନାଥ ମହାନ୍ତ,କାହ୍ନୁଚରଣ ମହାନ୍ତ, ରାଜେଶ ମହାନ୍ତ, ଭବାନୀ ମହାନ୍ତ,ଭାଗ୍ଯଧର ମହାନ୍ତ, କୁଡୁମୀ ଛାତ୍ର ସେନାର ସଭାପତି ବରୁଣ କୁମାର ମହାନ୍ତ, ପ୍ରିୟବ୍ରତ ମହାନ୍ତ, ତୁଷାର ମହାନ୍ତ, ପଙ୍କଜ ମହାନ୍ତ, ବିଜେନ ମହାନ୍ତ, ଚିକୁ ମହାନ୍ତ, ଶାନ୍ତନୁ ମହାନ୍ତ ଓ କୁଡୁମୀ ମହିଳା ସେନା ର ଗୀତାଞ୍ଜଳି ମହାନ୍ତ, ନମିତା ମହାନ୍ତ,ସସ୍ମିତା ମହାନ୍ତ, ସୁଜାତା ମହାନ୍ତଙ୍କ ସମେତ  କୁଡୁମୀ ସେନାର ବହୁ ସଂଖ୍ୟାରେ ସଦସ୍ୟ ରାଲି ରେ ଯୋଗଦାନ କରିଥିଲେ |
Shrutilipi ad