ବାରିପଦା : ମୟୁରଭଞ୍ଜ ଜିଲ୍ଲା କ୍ରୀଡା ଅଧିକାରୀ ସୁଭାଶିଷ ନାୟକ ନିକଟରେ ଡକ୍ଟରେଟ ଉପାଧି ଲାଭ କରିଛନ୍ତି I ସରକାରୀ ଶାରୀରିକ କ୍ରୀଡ଼ା ମହାବିଦ୍ୟାଳୟ, ଭୁବନେଶ୍ୱର, ଶାରୀରିକ ଶିକ୍ଷା ର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ଦେବେନ୍ଦ୍ରନାଥ ବେହେରାଙ୍କ ଦିଗଦର୍ଶନରେ ଶାରୀରିକ ଶିକ୍ଷା ଉପରେ ଗବେଷଣାତ୍ମକ ତଥ୍ୟ ପ୍ରଦାନ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ତାଙ୍କୁ ଏହି ଉପାଧି ପ୍ରଦାନ କରିଛି I ଏହି ସଫଳତା ପାଇଁ ସେ ତାଙ୍କ ପିତାମାତା, ପରିବାରବର୍ଗ, କ୍ରୀଡା ଓ ଯୁବ ସେବା ବିଭାଗର ସମସ୍ତ କର୍ମଚାରି, ଡଃ ଅଂଶୁମାନ ମିଶ୍ର ଓ ଡଃ ସଚ୍ଚିଦାନନ୍ଦ ବେହେରା ଓ ବନ୍ଧୁ ମାନଙ୍କୁ ଶ୍ରେୟ ଦେଇଛନ୍ତି I ଖବର ପାଇ ଜିଲ୍ଲା ପ୍ରଶାସନ, କ୍ରୀଡା ବିଭାଗ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି I ପ୍ରକାଶ ଥାଉକୁ ଶ୍ରୀ ନାୟକଙ୍କ ପ୍ରଚେଷ୍ଟାରେ ବିଭିନ୍ନ ବିଭାଗର ଯୁବ କ୍ରୀଡ଼ାବିତ ମାନେ ରାଜ୍ୟ ଏବଂ ଜାତୀୟ ସ୍ତରରେ ସଫଳତା ହାସଲ କରିପାରିଛନ୍ତି I

