IMG 20260224 WA0227

ପ୍ଲେ ବେକ ଚାଲେଞ୍ଜରକୁ ୧୩ ରନରେ ପରାସ୍ତ କଲା ପରି ଚାଲେଞ୍ଜର

ରାଜ୍ୟ
  • ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧୦ମ ଦିନ
ବାରିପଦା : ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧୦ମ ଦିନର ୧ମ ମ୍ୟାଚରେ ପରି ଚାଲେଞ୍ଜର ୧୩ ରନରେ ପ୍ଲେ ବେକ ଚାଲେଞ୍ଜର ଦଳକୁ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ପରି ଦଳ ୧୨ ଓଭରରେ ୭ ଉଇକେଟ ହରାଇ ୧୬୮  ରନ କରିଥିବା ବେଳେ ପ୍ଲେ ବେକ ଦଳ ୧୨ ଓଭରରେ ୬ ଉଇକେଟ ହରାଇ ୧୫୫ ରନ ସଂଗ୍ରହ କରିଥିଲେ I ପରି ଦଳର ସଂଜୀବ କୁମାର ମହାପାତ୍ର ସର୍ବାଧିକ ୪୯ ଓ ସରୋଜ ପରିଡା ୪୧ ରନ କରିଥିବା ବେଳେ ପ୍ଲେ ବେକ ଦଳର ଆଦିତ୍ୟ କୁମାର ବସା ସର୍ବାଧିକ ୭୦ ରନ କରିଥିଲେ I ୨ୟ ମ୍ୟାଚରେ ବଜରଙ୍ଗୀ ଦି ସାଭିୟର ୭ ରନରେ ଭାମ୍ପାୟାର ମାରୁତି ସ୍ପୋର୍ଟସକୁ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ବଜରଙ୍ଗୀ ଦଳ ୧୨ ଓଭରରେ ୯ ଉଇକେଟ ହରାଇ ୧୩୨ ରନ କରିଥିବା ବେଳେ ଭାମ୍ପାୟାର ଦଳ ୧୨ ଓଭରରେ ୯ ଉଇକେଟ ହରାଇ ୧୨୫ ରନ କରିପାରିଥିଲେ I ବଜରଙ୍ଗୀ ଦଳର ଏସ କୁମାର ୪ଟି ଏବଂ ଭାମ୍ପାୟାର ଦଳର ସୁଧାଂଶୁ ପାଲ ୫ଟି ଉଇକେଟ ଅକ୍ତିଆର କରିଥିଲେ I ରତିକାନ୍ତ ଦାସ, ଲକ୍ଷ୍ମୀଧର ସିଂ, ସଞ୍ଜୟ ସିଂ ଓ ଗଦାଧର ନାୟକ ଖେଳ ପରିଚାଳନା କରିଥିବା ବେଳେ କରନ ଖାନ ସ୍କୋରିଂରେ ସହାୟତା କରିଥିଲେ I ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ I ପୂର୍ବ ଦିନର ୩ୟ ମ୍ୟାଚରେ ପ୍ଲେ ବେକ ଚାଲେଞ୍ଜର ୪ ଉଇକେଟରେ ଜଗନ୍ନାଥ ୱରିୟାର କୁ ଓ ୪ର୍ଥ ମ୍ୟାଚରେ ମହାକାଲ ଦଳ ୭ ଉଇକେଟରେ ବଜରଙ୍ଗୀ ଦଳକୁ ପରାସ୍ତ କରିଥିଲା I କମିଟିର ସଭାପତି ସୌମ୍ୟ ରଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ ଗଦାଧର ନାୟକ, ଉପ ସଭାପତି ରମାକାନ୍ତ ଦାସ, ମୁଖ୍ୟ ସଂଯୋଜକ ସୁଦର୍ଶନ ପାତ୍ର ଓ କୋଷାଧ୍ୟକ୍ଷ ଶ୍ରୀକାନ୍ତ ବାରିକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I
Shrutilipi ad