22

ଖାନନଗର ହାଇସ୍କୁଲର ୧୯୮୫ ବ୍ୟାଚ୍ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ସମାରୋହ

ରାଜ୍ୟ

କଟକ  : ଖାନନଗର ହାଇସ୍କୁଲର ୧୯୮୫ ବ୍ୟାଚ୍ ପୁରାତନ ଛାତ୍ରଛାତ୍ରୀଙ୍କ ଏକ ଭବ୍ୟ ବନ୍ଧୁମିଳନ ସମାରୋହ ନଖରା କୁରାଙ୍ଗ ଶାସନସ୍ଥିତ ଆମ୍ରପଲି ରିସର୍ଟଠାରେ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ସମସ୍ତ ଦିବଂଗତ ଶିକ୍ଷକ ଏବଂ ସହପାଠୀଙ୍କ ସ୍ମୃତି ଚାରଣ କରାଯାଇ ସେମାନଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବିଶେଷ କରି ୧୯୮୫ ବ୍ୟାଚ୍‌ର ବନ୍ଧୁ ମାନସ ଧଳଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯିବା ସହ ତାଙ୍କ ପ୍ରତିଛବିରେ ମାଲ୍ୟାର୍ପଣ ପୂର୍ବକ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

11

ଏହି ମନୋଜ୍ଞ ଉତ୍ସବରେ ଉକ୍ତ ବ୍ୟାଚ୍‌ର ପ୍ରତିଭାବାନ ସଦସ୍ୟ ତଥା ହୋଟେଲ ଶିଳ୍ପରେ ସୁଖ୍ୟାତି ଅର୍ଜନ କରିଥିବା ଡ. ସୋଭାଗ୍ୟ ମହାପାତ୍ର ଏବଂ ବିଶିଷ୍ଟ ଲେଖିକା ଇତିରାଣୀ ସାମନ୍ତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ। ନିଜର ସାମାଜିକ ପ୍ରତିବଦ୍ଧତା ରକ୍ଷା କରି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ୟାଚ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୧ ହଜାର ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପରିଶେଷରେ ଆୟୋଜକ ଶିଶିର କୁମାର ରଥ ଉପସ୍ଥିତ ସମସ୍ତ ବନ୍ଧୁମାନଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମିଳନ ପୁରାତନ ବନ୍ଧୁତ୍ୱର ସ୍ମୃତିକୁ ସତେଜ କରିବା ସହ ସମାଜ ସେବା ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି।

Shrutilipi ad