IMG 20260222 WA0143

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପୁଣ୍ୟତିଥି ପାଳିତ  : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ନବଓଡ଼ିଶା ଗଠନର ଅନ୍ୟତମ ବିନ୍ଧାଣି ଥିଲେ

ରାଜ୍ୟ
ବାରିପଦା : ମୟୂରଭଞ୍ଜ ର ପ୍ରଜାବତ୍ସଳ ରାଜର୍ଷି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଙ୍କ ପୁଣ୍ୟତିଥି ଆଜି ଅଗ୍ରଣୀ ଭାଷା ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଜାଗରଣ ମଞ୍ଚ ତରଫରୁ ବାରିପଦା ମଧୁବନ ସ୍ଥିତ ମହାରାଜାଙ୍କ ସମାଧିପୀଠରେ ପାଳିତ ହୋଇଯାଇଛି |
ମଞ୍ଚର ପ୍ରତିଷ୍ଠାତା ସଭାପତି ଶରତ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବର୍ଷୀୟାନ ସାମ୍ବାଦିକ ଡ଼. ବିଜୟ କୁମାର ଅଗ୍ରୱାଲା, ଉଦୟ ନାଥ ଜେନା, ଶିକ୍ଷବିତ ନରେନ୍ଦ୍ର ମୋହନ ସେନାପତି, ପିତାମ୍ବର ମଲ୍ଲିକ, ସାମ୍ବାଦିକ ସୁକାନ୍ତ କୁମାର ଜୀଉ, ସୟେଦ ସିରାଜୁଦ୍ଦିନ, ଦୀପକ କୁମାର ନାୟକ ପ୍ରମୁଖ ଯୋଗଦେଇ ମହାରାଜାଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ମହାରାଜା ଶ୍ରୀରାମଚନ୍ଦ୍ରଙ୍କର ସ୍ମୃତିଚାରଣ କରିବା ସହ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ନବ ଓଡ଼ିଶା ଗଠନର ଅନ୍ୟତମ ବିନ୍ଧାଣି ଥିଲେ | କେବଳ ମୟୂରଭଞ୍ଜ ପାଇଁ ନୁହେଁ, ସାରା ଓଡିଶା ତଥା ଭାରତବର୍ଷର ବିକାଶ ପାଇଁ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି ବୋଲି କହିଥିଲେ |
Shrutilipi ad