Mega jobs fair east

ଚଳିତ ମାସ ୨୬ ତାରିଖ ରାଇରଙ୍ଗପୁରଠାରେ ଅନୁଷ୍ଠିତ ହେବ ଜିଲ୍ଲାସ୍ତରୀୟ  ନିଯୁକ୍ତି ମେଳା

ରାଜ୍ୟ
ବାରିପଦା(୨୧/୨) :  ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜଙ୍କ ସହଯୋଗରେ ଆସନ୍ତା ତା. ୨୬.୦୨.୨୦୨୬ ରିଖ ଗୁରୁବାର ଦିନ ରାଇରଙ୍ଗପୁର ବ୍ଲକ ନିକଟସ୍ଥ ରାଇରଙ୍ଗପୁର କଲେଜ ପଡିଆ ଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ଆୟୋଜନ କରାଯାଉଅଛି । ଉକ୍ତ ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୫୦ଟି ନିଯୁକ୍ତିଦାତା / ଅନୁଷ୍ଠାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଏହି ନିଯୁକ୍ତି ମେଳାରେ ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳର ଶିକ୍ଷିତ ବେକାର ଯୁବକ ଓ ଯୁବତୀମାନେ ଅଂଶ ଗ୍ରହଣ କରିପାରିବେ । ଉକ୍ତ ନିଯୁକ୍ତି ମେଳାରେ ଶିକ୍ଷାଗତ ଯୋଗ୍ୟତା ୫ମ ଶ୍ରେଣୀ ପାସ୍ ଠାରୁ ୧୦ମ, +୨, +୩, ଆଇ.ଟି. ଆଇ ଓ ଡିପ୍ଲୋମା ପାସ୍ କରିଥିବା ପ୍ରାର୍ଥୀ ମାନେ ଅଂଶ ଗ୍ରହଣ କରିପାରିବେ ଏବଂ ପ୍ରାର୍ଥୀଙ୍କ ବୟସ ସୀମା ୧୮ ବର୍ଷରୁ ଉର୍ଦ୍ଧ୍ଵ ହୋଇଥିବା ଆବଶ୍ୟକ ବୋଲି ଜିଲ୍ଲା ନିୟୋଜନ ଅଧିକାରୀଙ୍କ ଠାରୁ ପ୍ରକାଶ।
ଏଣୁ ଇଚ୍ଛୁକ ଯୁବକ ଓ ଯୁବତୀ ମାନେ ସେମାନଙ୍କର ନିଜ ନିଜର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ଆଧାରକାର୍ଡ଼ ସାଙ୍ଗରେ ଆଣି ଉପରୋକ୍ତ ଦିନରେ ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତି ମେଳାରେ ସକାଳ ୧୦  ଘଟିକାରୁ ଅପରାହ୍ନ ୩ ଘଟିକା ମଧ୍ୟରେ ଯୋଗଦେଇ ବେସରକାରୀ ସ୍ତରରେ ଥିବା ନିଯୁକ୍ତିର ସୁଯୋଗ ନେବାକୁ ଜିଲ୍ଲା ପ୍ରଶାସନ,ମୟୂରଭଞ୍ଜ ପକ୍ଷରୁ ପରାମର୍ଶ ଦିଆଯାଇଛି।
Shrutilipi ad