ବାରିପଦା : ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ଦିନର ୧ମ ମ୍ୟାଚରେ ବଜରଙ୍ଗୀ ଦି ସାଭିୟାର ୪ ଉଇକେଟରେ ଜଗନ୍ନାଥ ୱରିୟାର ଦଳକୁ ପରାସ୍ତ କରିଥିଲା । ଜଗନ୍ନାଥ ୱରିୟାର ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୯ ଉଇକେଟ ହରାଇ ୧୨୧ ରନ ସଂଗ୍ରହ କରିଥିବା ବେଳେ ବଜରଙ୍ଗୀ ଦଳ ୧୧.୧ ଓଭରରେ ୬ ଉଇକେଟ ହରାଇ ୧୨୨ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲେ । ଜଗନ୍ନାଥ ୱରିୟାର ଦଳର ଶାନ୍ତନୁ ଦାସ ସର୍ବାଧିକ ୫୧ ରନ କରିଥିବା ବେଳେ ବଜରଙ୍ଗୀ ଦଳର ଲାଲଟୁ ସିଂହ ସର୍ବାଧିକ ୪୮ ରନ କରିଥିଲେ । ୨ୟ ମ୍ୟାଚରେ ପ୍ଲେ ବେକ ଚାଲେଞ୍ଜର ୩ ଉଇକେଟରେ ମହାକାଲ ଦଳକୁ ପରାସ୍ତ କରିଥିଲା ।
ମହାକାଲ ଦଳ ୭.୫ ଓଭରରେ ସମସ୍ତ ଉଇକେଟ ହରାଇ ୬୩ ରନ କରିଥିବା ବେଳେ ପ୍ଲେ ବେକ ଦଳ ୮. ୪ ଓଭରରେ ୭ ଉଇକେଟ ହରାଇ ୬୪ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ । ପ୍ଲେ ବେକ ଦଳର ଅଞ୍ଜନ କୁମାର ତାମରେକର ୪ଟି ଓ ରଥ ନାଏକ ୩ଟି ଏବଂ ମହାକାଲ ଦଳର ଶିଭମ ରାଞ୍ଚି ୩ଟି ଉଇକେଟ ଅକ୍ତିଆର କରିଥିଲେ । ରତିକାନ୍ତ ଦାସ, ଲକ୍ଷ୍ମୀଧର ସିଂ ଓ ଗଦାଧର ନାୟକ ଖେଳ ପରିଚାଳନା କରିଥିବା ବେଳେ କରନ ଖାନ ସ୍କୋରିଂରେ ସହାୟତା କରିଥିଲେ । ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ । ପୂର୍ବ ଦିନର ୩ୟ ମ୍ୟାଚରେ ମୟୁରଭଞ୍ଜ ରୟାଲସ ୧ ଉଇକେଟରେ ଭାମ୍ପାୟାର ମାରୁତି ସ୍ପୋର୍ଟସ ଦଳକୁ ଓ ୪ର୍ଥ ମ୍ୟାଚରେ ପରି ଚାଲେଞ୍ଜର ୬୫ ରନରେ ବଜରଙ୍ଗୀ ଦଳକୁ ପରାସ୍ତ କରିଥିଲା । ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟ ପ୍ରବକ୍ତା କବି ବିଷ୍ଣୁ ଶତପଥି ଓ ଯୁବ ନେତା ସୁକୁଲ ମୁର୍ମୁ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କମିଟିର ସଭାପତି ସୌମ୍ୟ ରଞ୍ଜନ ମିଶ୍ର, ସହ ଗଣମାଧ୍ୟମ ସଂଯୋଜକ ଗୌତମ ଦାସ, ସହ କୋଷାଧ୍ୟକ୍ଷ ସନ୍ଦୀପ୍ତ ମୌଳିକ, ସଂଯୋଜକ ସମୀର କୁମାର ନନ୍ଦ ଓ କ୍ଲବର ବରିଷ୍ଠ ସଦସ୍ୟ ଗୌର ଦାସ ଗିରି ଉପସ୍ଥିତ ଥିଲେ ।

