ବାରିପଦା : ସ୍ଥାନୀୟ ମୁର୍ଗାବାଡିଠାରେ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ, ମୟୁରଭଞ୍ଜ ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି | ରାଜ୍ୟ ମଞ୍ଚ ଉପାଧ୍ୟକ୍ଷ ଅଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୟୁରଭଞ୍ଜ ଶାଖାର ସଦସ୍ୟ ମାନେ ଉପସ୍ଥିତ ରହି ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ଜନ ସଚେତନତା ଜାଗରଣ ଉପରେ ଆଲୋକପାତ କରିଥିଲେ | ଗତବର୍ଷ ମାନଙ୍କରେ ଜିଲ୍ଲପାଳ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ତଥା ବ୍ଲକ ସ୍ତରୀୟ ପଦାଧିକାରୀଙ୍କୁ ଭେଟି ସଂଗଠନ ସାଧାରଣ ଲୋକଙ୍କ ଅନେକ ସମସ୍ୟାର ସମାଧାନ ଦିଗରେ ସହାୟକ ହୋଇପାରିଛି ବୋଲି କର୍ମକର୍ତ୍ତା ମାନେ ପ୍ରକାଶ କରିଥିଲେ | ଆଗାମୀ ଦିନରେ ସଂଘର ଆଭିମୁଖ୍ୟକୁ ସଫଳ କରିବା ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା |
ମୁକ୍ତେଶ୍ଵର ଜୀଉ – ସଭାପତି, ବିଭୁତି ଭୂଷଣ ସଦୁଆଳ – କାର୍ଯ୍ୟକାରୀ ସଭାପତି, ଆଲୋକ କୁମାର ରଣା, ହରିନାରାୟଣ ମିଶ୍ର ଓ ଦିଲ୍ଲୀପ କୁମାର ଦାସ – ଉପ ସଭାପତି, ସୁନୀଲ କୁମାର ହୋତା – ସମ୍ପାଦକ, ରାଧାଗୋବିନ୍ଦ ବେହେରା – କୋଷାଧକ୍ଷ ଏବଂ ଉପଦେଷ୍ଟା ଭାବେ ସଞ୍ଜୟ କୁମାର ଷଡ଼ଙ୍ଗୀ, ଦିଲ୍ଲୀପ କୁମାର ପଣ୍ଡା, ଭାନୁପ୍ରତାପ ଭଞ୍ଜଦେଓ, ଉଦୟନାଥ ଦେ ତଥା ମହିଳା ମଞ୍ଚ ସଂଯୋଜିକା ଭାବେ ରଞ୍ଜିତା ବେହେରାଙ୍କୁ ଚୟନ କରାଯାଇଥିଲା | ଆଗାମୀ ଦିନରେ ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ ସହ ଏକ ଦୁର୍ନୀତି ମୁକ୍ତ ସମାଜ ଗଠନରେ ସମସ୍ତ କର୍ମକର୍ତ୍ତା ସଙ୍ଘବଦ୍ଧ ଭାବେ କାର୍ଯ୍ୟ କରିବେ ବୋଲି ଶପଥ ପାଠ କରିଥିଲେ | ଶେଷରେ ସଭାପତି ଶ୍ରୀ ଜୀଉ ସଙ୍ଘର ଉଦ୍ଦେଶ୍ୟ ପୂରଣ ଦିଗରେ ସମସ୍ତଙ୍କର ସହଯୋଗ କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ |

