IMG 20260216 WA0106

ଜାତୀୟସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

ରାଜ୍ୟ
ବାରିପଦା : ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ନିଆରା ଢଙ୍ଗରେ ଉଦଘାଟିତ ହୋଇଯାଇଛି I କ୍ଲବର ସଦସ୍ୟ ମାନେ ଅପରାହ୍ନରେ ମା ଅମ୍ବିକାଙ୍କ ନିକଟରେ ପୂଜା ଅର୍ଚ୍ଚନା କରି ଏକ ମଶାଲ ରେଲିରେ ଷ୍ଟେସନ ବଜାର ନିକଟରେ ପହଞ୍ଚିଥିଲେ I ଉକ୍ତ ସ୍ଥାନରୁ ଶଗଡ଼ ଗାଡି ଶୋଭାଯାତ୍ରାରେ ପ୍ରତ୍ୟେକ ଦଳର ମାଲିକ ଓ ଆଇକନ ଖେଳାଳି ପଡିଆରେ ପହଂଚିଥିଲେ I ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହ ପଡିଆ ମଝିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ଆତିଶବାଜୀ ଭିତରେ ଚମ୍ପିୟାନ ଟ୍ରଫିକୁ ଉନ୍ମୋଚିତ କରିଥିଲେ I ସମ୍ମାନିତ ଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ, ଯୁବ ନେତା  ପରେଶ ମହାନ୍ତ, ବିଶିଷ୍ଟ କ୍ରୀଡା ସଂଗଠକ ଗିରିଶ ଚନ୍ଦ୍ର ଦାସ,  କାଉନସିଲର ବିବେକାନନ୍ଦ ନାୟକ, ଅନନ୍ତ ଦାସ, ଉଦ୍ୟୋଗପତି ପ୍ରହଲ୍ଲାଦ ବେହେରା, ବରୁଣ ଘୋଷ ପ୍ରମୁଖ ଯୋଗ ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ କମିଟିର ସଭାପତି ସୌମ୍ୟ ରଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ  ଗଦାଧର ନାୟକ, ଉପ ସଭାପତି ରତିକାନ୍ତ ଦାସ, ସାଙ୍ଗଠନିକ ସମ୍ପାଦକ ସରୋଜ ଶତପଥି ଓ ମୁଖ୍ୟ ସଂଯୋଜକ ସୁଦର୍ଶନ ପାତ୍ର, କୋଷାଧ୍ୟକ୍ଷ ଶ୍ରୀକାନ୍ତ ବାରିକ, ସହ କୋଷାଧ୍ୟକ୍ଷ ସନ୍ଦୀପ୍ତ ମଉଲିକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ I ଆଜିର ଏକ ମାତ୍ର ମ୍ୟାଚ ବଜରଙ୍ଗୀ ଦି ସାଭିୟାର ଓ ଦାନୀ – ୧୧ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି I ଦାନୀ – ୧୧ ଦଳ ବଜରଙ୍ଗୀ ଦି ସାଭିୟାରକୁ ୮୯ ରନରେ ପରାସ୍ତ କରିଥିଲା I ରତିକାନ୍ତ ଦାସ ଓ ଲକ୍ଷ୍ମୀଧର ସିଂ ଖେଳ ପରିଚାଳନା କରିଥିବା ବେଳେ କରନ ଖାନ ସ୍କୋରିଂରେ ସହାୟତା କରିଥିଲେ I ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ I ପ୍ରକାଶ ଥାଉକି ଏହି ଟୁର୍ଣ୍ଣାମେଣ୍ଟରେ ୧୦ ଟି ଦଳ ଅଂଶ ଗ୍ରହଣ କରିଛନ୍ତି I ଚାମ୍ପିୟାନ ଦଳ ପାଇଁ ୨. ୫ ଲକ୍ଷ ଓ ରନର୍ସ ଅପ ପାଇଁ ୨ଲକ୍ଷ ପୁରସ୍କାର ରାଶି ରହିଥିବା ବେଳେ ଖେଳାଳି ମାନଙ୍କ ପାଇଁ ଆକର୍ଷଣୀୟ ପୁରସ୍କାର ମାନ ରହିଛି I ପ୍ରତ୍ୟେକ ଦିନ ଅପରାହ୍ନ ୨ଟା ରୁ ୪ ଟି ଲେଖାଏଁ ମ୍ୟାଚ ଖେଳାଯିବ ଏବଂ ମାର୍ଚ୍ଚ ୧ ତାରିଖ ଫାଇନାଲ ମ୍ୟାଚ ଖେଳାଯିବ I
Shrutilipi ad