IMG 20260214 WA0171

କିଟ କେୟାରସ ପକ୍ଷରୁ ପ୍ରବନ୍ଧ ପ୍ରତିଯୋଗିତା 

ରାଜ୍ୟ
ବାରିପଦା : ବାରିପଦା ନିକଟସ୍ଥ ଇନ୍ଦୁପାଇ ସ୍ଥିତ ସେଣ୍ଟ ଜେଭିୟାର୍ସ ବିଦ୍ୟାଳୟରେ କିଟ୍ କେୟାର୍ସ୍, ଭୁବନେଶ୍ୱର ପକ୍ଷରୁ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି I “ଯୌଥ ପରିବାର ଏକବିଂଶ ଶତାବ୍ଦୀର ଏକ ଅନାବଶ୍ୟକ ସାମାଜିକ ବ୍ୟବସ୍ଥା” ଶୀର୍ଷକ  ଉପରେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାରେ ୫୧ ଜଣ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ I ପରେ ପରେ ଏକ ବୃତ୍ତିଗତ ପରାମର୍ଶ ସେବା ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I କିଟ୍ ବିଶ୍ବବିଦ୍ୟାଳୟର ଛାତ୍ରମଙ୍ଗଳ ବିଭାଗ ନିର୍ଦ୍ଦେଶକ ଡ. ରାଜେନ୍ଦ୍ର କୁମାର ଦାସ, ସ୍କୁଲ ଅଫ ମ୍ୟାନେଜମେଣ୍ଟ ବିଭାଗ ମୁଖ୍ୟ ପ୍ରଫେସର ଡ. ବିଶ୍ବଜିତ ଦାସ, ଶିକ୍ଷାବିତ ତଥା ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷା ପ୍ରାଧ୍ୟାପିକା ଡ. ପୁଷ୍ପା ପାତ୍ର  ଅତିଥି ଭାବରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଏଥିରେ ଅଂଶ ଗ୍ରହଣ କରିଥିବା ୧୮୦ ଜଣ ବିଦ୍ୟାର୍ଥୀ ପ୍ରଶ୍ନୋତ୍ତର ମାଧ୍ୟମରେ ନିଜ ଭବିଷ୍ୟତ ଜୀବନର ବୃଦ୍ଧି ଓ ଜୀବିକା ସମ୍ବନ୍ଧରେ ନିଜର ସଂଶୟ ମୋଚନ କରିଛନ୍ତି I କିଟ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ସେଣ୍ଟ ଜାଭିୟାର୍ସ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଅମିତାଭ ପଟ୍ଟନାୟକ ଓ ଅଧ୍ଯକ୍ଷ ଜାନକୀ ବଲ୍ଲଭ ମହାନ୍ତିଙ୍କ ସହଯୋଗ ନିମନ୍ତେ କୃତଜ୍ଞତା ଜଣାଇଛନ୍ତି I କିଟର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଏତାଦୃଶ ଛାତ୍ର ମେଧା ପ୍ରୋତ୍ସାହନ କାରୀ ପଦକ୍ଷେପକୁ ବିଦ୍ୟାଳୟର କର୍ତ୍ତୃପକ୍ଷ ଭୂୟସୀ ପ୍ରଶଂସା କରିଥିଲେ I
Shrutilipi ad