ବାରିପଦା: ସାମ୍ବାଦିକ ହିମାଂଶୁ ଶେଖର ପ୍ରହରାଜଙ୍କ ପିତା ତଥା ଆଦର୍ଶ ଶିକ୍ଷକ ସ୍ବର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ୫୦ତମ ଶ୍ରାଦ୍ଧ ବାର୍ଷିକୀ ବିଧିବଧାନ ସହକାରେ ପାଳିତ ହୋଇଯାଇଛି। ସ୍ବର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜ ବାରିପଦାର ୱାଲୀଗଞ୍ଜ ଉପ୍ରା ବିଦ୍ୟାଳୟରେ ଶିକ୍ଷକତା କରୁଥିବା ସମୟରେ ୧୯୭୬ ମସିହାରେ ମାତ୍ର ୩୪ ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିଲେ। ସେ ୧୮ ବର୍ଷ ବୟସରୁ ଶିକ୍ଷକତା ଜୀବନ ଆରମ୍ଭ କରି ରାଜଲୋକା ଉପ୍ରା ବିଦ୍ୟାଳୟ, ପାନ୍ଧଡା ଉପ୍ରା ବିଦ୍ୟାଳୟ ଓ ପରେ ୱାଲୀଗଞ୍ଜ ଉପ୍ରା ବିଦ୍ୟାଳୟରେ ନିଷ୍ଠା ସହ କାର୍ଯ୍ୟ କରିଥିଲେ। ଶିକ୍ଷକତା ସହ ସହିତ ସେ ବାରିପଦା ସ୍ଥିତ ମହାରାଜା ପୁର୍ଣ୍ଣ ଚନ୍ଦ୍ର ସାନ୍ଧ୍ୟ ମହାବିଦ୍ୟାଳୟରେ ସ୍ନାତକତ୍ବର ଶିକ୍ଷା ଅଧ୍ୟୟନ କରିଥିଲେ। ସେ କେବଳ ଜଣେ ଆଦର୍ଶ ଶିକ୍ଷକ ନୁହେଁ, ବରଂ ଜଣେ ସ୍ନେହୀ, ସେବାପରାୟଣ ଓ ସରଳମନା ବ୍ୟକ୍ତିତ୍ୱ ଭାବେ ସମସ୍ତଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ। ତାଙ୍କର ଏହି ଶ୍ରାଦ୍ଧ କର୍ମ ବାରିପଦା ସ୍ଥିତ ୱାର୍ଡ ନଂ–୧୫ ରେ ସ୍ଥିତ ନିଜ ବାସଭବନରେ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ତାଙ୍କର ଧର୍ମପତ୍ନୀ ଅନୁସୟା ପ୍ରହରାଜ, ପୁତ୍ର ହିମାଂଶୁ ପ୍ରହରାଜ, ସୁଧାଂଶୁ ପ୍ରହରାଜ, ପୁତ୍ରବଧୂ ଶିବାନୀ ପ୍ରହରାଜ, ରଂଜିତା ପ୍ରହରାଜ, ନାତି ସୁନନ୍ଦନ ପ୍ରହରାଜ, ଦିବ୍ୟଜ୍ୟୋତି, ପୂଜା ଓ ଅନ୍ୟାନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ I ଏହି ଶ୍ରାଦ୍ଧ କର୍ମର ପୁରୋହିତ ଭାବେ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ବିଧିବିଧାନ ସହ କାର୍ଯ୍ୟ ସମ୍ପନ୍ନ କରି ପରିବାରବର୍ଗଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ପାଖପଡୋଶୀ, ଆତ୍ମୀୟ-ସଜ୍ଜନ ମାନଙ୍କ ଉପସ୍ଥିତିରେ ସ୍ବର୍ଗତ ପ୍ରହରାଜଙ୍କ ଆତ୍ମାର ସଦଗତି କାମନା ପାଇଁ ସମୂହ ପ୍ରାର୍ଥନା କରାଯାଇଥିଲା।

