IMG 20260211 WA0240

ମୟୂରଭଞ୍ଜ ବିଜେପିର “ସମର୍ପଣ ଦିବସ” ଓ “ଭି ବି ଜୀ ରାମ୍ ଜୀ” ଜିଲ୍ଲା ସମ୍ମିଳନୀ 

ରାଜ୍ୟ
ବାରିପଦା : ଭାରତୀୟ ଜନତା ପାର୍ଟି ମୟୂରଭଞ୍ଜ (ପୂର୍ବ) ଜିଲ୍ଲା ପକ୍ଷରୁ ବୁଧବାର ଦିନ ସ୍ଥାନୀୟ ସହିଦ ସ୍ମୃତି ଭବନରେ ବିଜେପିର ପୂର୍ବ ସଂସ୍କରଣ ଜନସଙ୍ଘର ଅନ୍ୟତମ ପ୍ରାଣପ୍ରତିଷ୍ଠାତା ସ୍ବର୍ଗତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ବଳିଦାନ ଦିବସକୁ “ସମର୍ପଣ ଦିବସ” ଭାବେ ପାଳନ କରାଯିବା ସହ କେନ୍ଦ୍ର ସରକାରଙ୍କ “ଭି ବି ଜୀ ରାମ୍ ଜୀ” ଯୋଜନା ସମ୍ପର୍କିତ ଏକ ଜିଲ୍ଲା ସମ୍ମିଳନୀ ମଧ୍ୟ ଆୟୋଜିତ ହୋଇଯାଇଛି। ଏଥିରେ ବକ୍ତାମାନେ ପଣ୍ଡିତ ଦୀନଦୟାଲଙ୍କ ଜୀବନୀ ଓ ଆଦର୍ଶର ସଶ୍ରଦ୍ଧ ସ୍ମରଣ କରିବା ସହ “ଭି ବି ଜୀ ରାମ୍ ଜୀ”ର ସକାରାତ୍ମକ ଦିଗ ଉପରେ ଆଲୋକପାତ କରିଥିଲେ।
ବିଜେପି ଜିଲ୍ଲା ସଭାପତି ନିହାର ରଞ୍ଜନ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଯୁଗ୍ମ କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର, ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢ଼େଇ, ବାରିପଦା ବିଧାୟକ ପ୍ରକାଶ ଚନ୍ଦ୍ର ସୋରେନ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ବିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି କାନ୍ଦ୍ରା ସୋରେନ, ଦଳର ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ ଓ ପୂର୍ବତନ ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ପ୍ରମୁଖ ଉଦବୋଧନ ଦେଇଥିଲେ। ଦଳର ତିନି ଜିଲ୍ଲା ସାଧାରଣ ସମ୍ପାଦକ ସର୍ବଶ୍ରୀ ପ୍ରଦୀପ କୁମାର ମହାନ୍ତି, ପ୍ରବୀଣ କୁମାର ପାତ୍ର ଓ ପ୍ରାଣକୃଷ୍ଣ ବେରା ମଧ୍ୟ ଏଥିରେ ବିଭିନ୍ନ ଆବଶ୍ୟକ ସୂଚନା ପ୍ରଦାନ କରିଥିଲେ। ଏହି ସମର୍ପଣ ଦିବସ ଓ ଭି ବି ଜୀ ରାମ୍ ଜୀ ସମ୍ମିଳନୀ ଶୀର୍ଷକ ସମ୍ମିଳିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଭାଗରୁ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଆସି ଅଂଶ ଗ୍ରହଣ କରିଥିଲେ।
Shrutilipi ad